ମା ବାଉତିଙ୍କ ବାର୍ଷିକ ଯାତ୍ରା ଉତ୍ସବ ଅନୁଷ୍ଠିତ
Angul,୧୩/୦୧ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମରେ ଆଜି ଗ୍ରାମ ଦେବତୀ ମା ବାଉତିଙ୍କ ବାର୍ଷିକ ଯାତ୍ରା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ମାଙ୍କ ଆଜ୍ଞା ଅନୁସାରେ ପୂଜକ ପୂଜାର୍ଚ୍ଚନା କରିଥିଲେ। ଦ୍ଵିପ୍ରହରରେ ସମୟରେ ଦେବୀ ବାଉତିଙ୍କ ପୂଜାର୍ଚ୍ଚନା ପରେ ମାଙ୍କର ବାର୍ଷିକ ଯାତ୍ରା ଉତ୍ସବ ଆରମ୍ଭ ହୋଇଥିଲା। ବାଜା, ଢୋଲ, dj, ନର୍ତ୍ତକୀ, ପାଇକ, ଘଣ୍ଟ, ଲଉଡ଼ି ଖେଳ ପ୍ରଭୃତି ଯାତ୍ରା ପ୍ରଶେସନ୍ ସମୟରେ ସାମିଲ ରହିଥିଲା। ହଜାର ହଜାର ଭକ୍ତ ଏହି ପ୍ରଶେସନ୍ ରେ ସାମିଲ ହୋଇଥିଲେ। ପ୍ରଥମେ ଗ୍ରାମର ଗଡ଼ ସାହି ସ୍ଥିତ ଦେବୀ ଘରୁ ପ୍ରଶେସନ୍ ଆରମ୍ଭ ହୋଇଥିଲା। ପରେ ପରେ ଗ୍ରାମର ମଧ୍ଯ ପାଟଣା ଓ ନୂଆସାହି ସହିତ ସମସ୍ତ ସାହି ପରିକ୍ରମା କରି ଦୀର୍ଘ ସମୟ ଧରି ପ୍ରଶେସନ୍ ଚାଲୁ ରହିଥିଲା। ଗ୍ରାମର ଯୁବକ ଓ ବାଳକ ମାନେ dj ବାଦ୍ୟରେ ବିଭୋର ହୋଇ ନାଚି ନାଚି ଦେବୀ ବାଉତିଙ୍କ ପୀଢ଼ ପର୍ଯ୍ୟନ୍ତ ଯାଇଥିଲେ। ଦେବୀଙ୍କ ଗ୍ରାମ ପରିକ୍ରମା ସମୟରେ ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ଦେବୀଙ୍କୁ ବନ୍ଦା ପଣା କରିଥିଲେ। ଯାତ୍ରା ପଡିଆରେ ବିଭିନ୍ନ ପ୍ରକାରର ଖାଦ୍ୟ, ଦୋଳି,ମନୋହରୀ, ଗୁପଚୁପ, ଚାର୍ଟ ଓ ଭୋଗ ଦୋକାନ ଆଦି ପଡିଥିଲା। ରାତ୍ର ସମୟରେ ମାଙ୍କ ମନ୍ଦିରରେ ମଧ୍ୟ ରାତ୍ର ପୂଜା ହେବ। ବିଭିନ୍ନ ମାନସିକ କରି ଶହ ଭକ୍ତ, ଶ୍ରଦ୍ଧାଳୁ ଭକ୍ତମାନେ ଅଧିଆ ପଡି ମାନସିକ ପୂରଣ ପାଇଁ ମା ଙ୍କ ଆଶିର୍ବାଦ ଭିକ୍ଷା ପାଇଁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା।



