ଅମ୍ବାଭୋନା ବ୍ଲକ ବ୍ରାହ୍ମଣ ସମାଜ ର ବାର୍ଷିକ ବୈଠକ
ଅମ୍ବାଭୋନା ୧୪/୧/୨୫ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅଧିନସ୍ଥ ଅମ୍ବାଭୋନା ଗ୍ରାମସ୍ଥିତ ରାଧାମାଧବ ମନ୍ଦିର ପ୍ରାଙ୍ଗଣରେ ଅମ୍ବାଭୋନା ବ୍ଲକ ବ୍ରାହ୍ମଣ ସମାଜର ବାର୍ଷିକ ବୈଠକ ସଭାପତି ଶ୍ରୀମାନ ଯୋଗୀନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ବାର୍ଷିକ ଆୟ ବ୍ୟୟ ପଠନ କରାଯାଇଥିଲା ଏବଂ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମୁହିକ ବ୍ରତୋପନୟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି I ସମସ୍ତଙ୍କ ଉପସ୍ଥିତିରେ ଅମ୍ବାଭୋନା ବ୍ଲକ ର ସମସ୍ତ ବ୍ରାହ୍ମଣ ଯୁବକ ମାନଙ୍କୁ ନେଇ ଏକ ପର୍ଶୁରାମ ବାହିନୀ ଓ ନାରୀଶକ୍ତି ପାଇଁ ବ୍ରାହ୍ମଣ ପରିବାର ର ନାରୀ ମାନଙ୍କୁ ନେଇ ଏକ ଦୁର୍ଗା ବାହିନୀ ଗଠନ କରାଯାଇଛି। ଏହି ବୈଠକରେ ବରିଷ୍ଠ ପଣ୍ଡିତ ଶ୍ରୀମାନ ହିମାଂଶୁ ଶେଖର ରଥ , ପଣ୍ଡିତ ଅଶୋକ କୁମାର ମହାପାତ୍ର , ପଣ୍ଡିତ ଗଙ୍ଗରାମ ଦାଶ, ପଣ୍ଡିତ ପ୍ରଫୁଲ୍ଲ ଶତପଥି , ପଣ୍ଡିତ ସଂଜୀବ କୁମାର ଦାଶ , ପଣ୍ଡିତ ଦୋଳ ଗୋବିନ୍ଦ ରଥ , ପଣ୍ଡିତ ସୀତାରାମ ରଥ, ପଣ୍ଡିତ ଅଶୋକ ଦାଶ , ପଣ୍ଡିତ ସୁରେଶ ଦାଶ , ପଣ୍ଡିତ ସନ୍ତୋଷ ଦାଶ , ପଣ୍ଡିତ ବୈକୁଣ୍ଠ ଦାଶ ଆଦି ପ୍ରମୁଖ ଉପସ୍ଥିତ ଥିଲେ I ଆସନ୍ତା ମାର୍ଚ୍ଚ ମାସ ୧. ୩. ୨୫ ତାରିଖ ଶନିବାର ଦିନ ଚାରିକର୍ମ ଓ ୨.୩. ୨୫ ରବିବାର ଦିନ ବ୍ରତୋପନୟନ କରିବା ପାଇଁ ଅମ୍ବାଭୋନା ବ୍ଲକ ବ୍ରାହ୍ମଣ ସମାଜ ଅନୁକୁଲ୍ୟରେ ସାମୁହିକ ବ୍ରତୋପନୟନ କରାଯିବା ନେଇ ଓ ଉକ୍ତ ସାମୁହିକ ବ୍ରତୋପନୟନ ସଂସ୍କାରରେ ଯେଉଁ ମାନେ ବ୍ରତ କରିବା ପାଇଁ ଇଚ୍ଚୁକ ସେମାନେ ଶ୍ରୀମାନ ଜଗନ୍ନାଥ ପଣ୍ଡା, ମିତ୍ରଭାନୁ ଯୋଶୀ ଓ ଯୋଗେଶ୍ୱର ରଥ ଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଅମ୍ବାଭୋନା ବ୍ରାହ୍ମଣ ସମାଜ ର ସଭାପତି ଶ୍ରୀ ମିଶ୍ର କହିଥିଲେ I



