( ଜାନୁଆରୀ ୧୫ ରୁ ୨୧ ପର୍ଯ୍ୟନ୍ତ ଜଗତସିଂହପୁର ପୁସ୍ତକମେଳା ନିମନ୍ତେ ସାମ୍ବାଦିକ ସମ୍ମିଳନୀ )ଜଗତସିଂହପୁରତା14/1/25:ଜଗତସିଂହପୁର ସାଂସ୍କୃତିକ ପରିଷଦର ଆନୁକୁଲ୍ୟରେ ୨୬ ତମ ଜଗତସିଂହପୁର ପୁସ୍ତକମେଳା-୨୦୨୫ ଆୟୋଜନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ ସମ୍ମୁଖସ୍ଥ ପଡ଼ିଆ ପୁସ୍ତକମେଳା ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପ୍ରଶାସନ ପକ୍ଷରୁ ପୁସ୍ତକମେଳା କୁ ସଫଳ କରିବାକୁ ସମସ୍ତ ପ୍ରକାର ସହଯୋଗ ଦିଆଯାଇଛି। ଷ୍ଟଡି ଜୋନ୍ , ବ୍ୟାଙ୍ଗ କବି ସମ୍ମିଳନୀ, ଓଡ଼ିଶାର ପ୍ରତିଷ୍ଠିତ ସାଂସ୍କୃତିକ ଦଳ, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଦଳ, ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ଦଳ, ବିଭିନ୍ନ ସାହିତ୍ୟ ଅନୁଷ୍ଠିତ ଦ୍ବାରା କବିତା ପାଠୋତ୍ସବ, ପ୍ରତ୍ୟେକ ଦିନ କୁଇଜ୍ ପ୍ରତିଯୋଗିତା ଆଦି କରାଯିବା ସହ ସ୍ୱତନ୍ତ୍ର ଭାବରେ ୧୭ ତାରିଖ ଦିନ ପାଇଁ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ୨ଟି ପର୍ଯ୍ୟାୟରେ ମିଡିଆ କନକ୍ଲେଭ କରାଯିବା ପାଇଁ ସ୍ଥିରୀକୃତ ହୋଇଅଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ,ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ କୁମାର ରଥ, ସମ୍ପାଦକ ସାରଦା ପ୍ରସାଦ ଦାସ,ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ, ଯୁଗ୍ମ ସମ୍ପାଦକ ଡ଼ ସୁଧୀର କୁମାର ମହାନ୍ତି,ଡ଼ ଜ୍ୟୋତିମୟୀ ମହାନ୍ତି, ପ୍ରଜ୍ଞା ପାରମିତା ଚୌଧୁରୀ, ଅବନୀକାନ୍ତ ମହାରଣା,ପ୍ରଦିପ୍ତ କୁମାର ମିତ୍ର,ପ୍ରଭାତ ଦାଶ, ପ୍ରମୁଖ ଉପସ୍ଥିତ ରହି ପୁସ୍ତକମେଳା କୁ ସଫଳ କରିବାକୁ ଜଗତସିଂହପୁର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


