ସାଇନାଥ ଙ୍କ ନଅ ଗୁରୁବାର ର ଉଦଯାପନ ଦିବସ
ତା 16/1/25 ଢେଙ୍କାନାଳ – ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଳଦିଆ ବନ୍ଧ ପଞ୍ଚାୟତ ର କୁରୁମୁ ଟାଙ୍ଗର ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ରାଉତ ଙ୍ଗ ତତ୍ତ୍ୱାବଧାନରେ ପୂଜକ ଜ୍ୟୋତିରଞ୍ଜନ ଦାସ୍ ଉପସ୍ଥିତ ରେ ବାବା ସାଇନାଥ ଙ୍କ ପୂଜା ଆଜି କୁ ଏଗାର ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଚାଲିଛି,
ଏହି ଗାଁ କୁ ଲାଗି ରହିଥିବା ସମସ୍ତ ଆଧିବାସି ଯୋଗଦାନ କରିଛନ୍ତି, ଯାହା ଏକ ଭକ୍ତି ପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି, ନୀତି କାନ୍ତି ସହ ବାବାଙ୍କ ପୂଜା ଅଞ୍ଜନା କରାଯାଇଛି, ଏଥିରେ ମୂଖ୍ୟତଃ ଇଛୁକ ସାଇ ଭକ୍ତ ପ୍ରମୋଦ କୁମାର ମହାପାତ୍ର ପ୍ରଦୋତ ମହାପାତ୍ର, ଗଣେଶ ମେଡିସିନ ଷ୍ଟୋର, ପ୍ରତାପ ଖଟୁଆ ବିଶିଷ୍ଟ ଠିକାଦାର,ସେବା ଫାଉଣ୍ଡେସନ, ବଟକୃଷ୍ଣ ମହାପାତ୍ର,ସୁଜତା ବେଉରା ସରପଞ୍ଚ କୁଲେଇଲୋ, ସୋମ୍ୟରଞ୍ଜନ ପାତ୍ର ,ପାତ୍ର ସୁ ଙ୍କ ଦ୍ବାରା ଦୁଃଖୀ ଦରିଦ୍ର ମାନଙ୍କୁ କମଳ ବଣ୍ଟନ କରାଯିବା ସହ ଶହଶହ ଭକ୍ତ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରି ଵାଵା ସାଇନାଥ ଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି,ତା ସହ ନିଜ ଗାଁ ପଞ୍ଚାୟତ ଓ ରାଜ୍ୟ ଦେଶର ମଙ୍ଗଳ କାମନା ଭିକ୍ଷା କରିଛନ୍ତି। ଏହି ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ ହୋଇଅଛି, ଏଥିରେ ବିଶିଷ୍ଟ ଗାୟକ ଗାୟିକା ଦ୍ବାରା ଭକ୍ତିଶଧ୍ୟା ଭଜନ ସମାରୋହ ଅନୁଷ୍ଠିତ ହୋଇଅଛି ଏହାକୁ କୁମାର ନୀଲୁ ପରିଚାଳନା କରିଥିଲେ।



