ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଅମ୍ବାଦଳା ଠାରେ କଳିଙ୍ଗ ବୈଶ୍ୟ ସଙ୍ଘର ବାର୍ଷିକ ବୈଠକର ଆୟୋଜନ କରାଯାଇଥିଲା l ପ୍ରଥମେ ଓଁକାର, ଗଣେଶ ବନ୍ଦନା,ମାଆ କନିକ ପରମେଶ୍ବରିଙ୍କ ବନ୍ଦନା କରିସାରିବା ପରେ ପ୍ରତ୍ୟେକ ବର୍ଷ ଭଳି ଏହି ବୈଠକରେ ବର୍ଷକର ବିବରଣୀ ପଠନ କରାଯାଇଥାଏ । ସମାଜର ମଙ୍ଗଳ ପାଇଁ କଣ କଣ କରଯାଇଥିଲା ଏବଂ ଆସନ୍ତା ବର୍ଷ କଣ କରାଯିବ ଆଲୋଚନା କରଯାଇଥିଲା। ଉକ୍ତ ଅବସରରେ ସଙ୍ଘର ପ୍ରଥମ ସଭାପତି ଶ୍ରୀ S ନୀଳମାଧବ ପୃଷ୍ଟିଙ୍କୁ ସମ୍ମାନ ପତ୍ର ଏବଂ ଜଗତର ନାଥ ଜଗନ୍ନାଥଙ୍କ ପଟ୍ଟଚିତ୍ର ତଥା ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସଙ୍ଘର ପରମ୍ପରା ଅନୁସାରେ ଯୁବକ ସେବା ସଙ୍ଘର ଏବଂ ମହିଳା ସଂଘର କର୍ମକର୍ତ୍ତା ଓ ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଦସ୍ୟଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସଙ୍ଘ ସଭାପତି A ତ୍ରିନାଥ ପାତ୍ର ଓ ସମ୍ପାଦକ ସନ୍ତୋଷ ପାତ୍ର ଏବଂ କୋଷାଧ୍ୟକ୍ଷ E ସୁରେନ୍ଦ୍ର ପାତ୍ରଙ୍କୁ ମଧ୍ଯ ସମସ୍ତ ସଦସ୍ୟଙ୍କ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସମସ୍ତଙ୍କ ପାଇଁ ଦିବା ଭୋଜନର ବ୍ୟବସ୍ଥା କରାଯାଇଥିଲା। ଏହି ସଙ୍ଘ ୧୯୯୮ ମସିହା ଠାରୁ ଆରମ୍ଭ ହେଇଥିଲା ଓ ଆଜି ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲି ଆସୁଅଛି। ରାୟଗଡାରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

April 18, 2026/
No Comments


