ଭୂବନେଶ୍ୱର, ୧୭/୦୧ : ଆଜି ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ । ତାଙ୍କର ଏହି ଗସ୍ତ ଦୁଇ ଦିନିଆ ହେବ ବୋଲି ଜଣାପଡ଼ିଛି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ଏକ ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଆସିବେ । ସିଙ୍ଗାପୁରର ଜୁରଙ୍ଗ ପେଟ୍ରୋକେମିକାଲକ୍ସ କମ୍ପ୍ଲେକ୍ସ ଓ ଟୁଆସ ବନ୍ଦର ମଡେଲ୍ରେ ପାରାଦୀପ ବନ୍ଦରର ବିକାଶ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ସିଙ୍ଗପେର ରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବ ରଖୁଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଗତ ନଭେମ୍ବରରେ ସିଙ୍ଗାପୁର ଗସ୍ତ କରିଥିଲେ । ଏହି ଗସ୍ତକାଳରେ ସେ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ସିମ୍ ଆନ୍ନଙ୍କ ସହ ସାକ୍ଷାତ ବେଳେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଓଡିଶା ଆସୁଛନ୍ତି ସନଗୁମରତ୍ନମ। ଭିଆଇପି ଗସ୍ତ ସମୟରେ ଯେଭଳି ସାଧାରଣ ଲୋକଙ୍କୁ କୌଣସି ଅସୁବିଧା ନହୁଏ ସେଥିପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଏହାସହ ଯେଉଁ ରାସ୍ତା ଦେଇ ସିଙ୍ଗାପୁର ରାଷ୍ଟ୍ରପତି ଯିବେ, ସେହି ରାସ୍ତାରେ କାରକେଡ ରିହାର୍ସଲ୍ ମଧ୍ୟ କରାଯାଇଛି ।



