ଭୂବନେଶ୍ୱର, ୨୨/୦୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିୟାବନ୍ଧ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ତାଲିମ ଶିବିରକୁ କବଜା କରିଛନ୍ତି ସୁରକ୍ଷା କର୍ମୀ । ଭଟ୍ଟିଗୁଡ଼ା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲ ଭିତରେ ନକ୍ସଲ ମାନେ ଏହି ହାଇଟେକ୍ ତାଲିମ ଶିବିର ସ୍ଥାପନ କରିଥିଲେ । ସିଆରପିଏଫ ବାହିନୀର କୋବ୍ରା ଜବାନ ମାନେ ଜଙ୍ଗଲ ଭିତରେ କମ୍ବିଂ ଅପରେସନରେ ଯାଇଥିବା ବେଳେ ଲାଲ୍ ରଙ୍ଗର ଏହି ତାଲିମ ଶିବିରକୁ ଠାବ କରିଥିଲେ । ତାଲିମ ଶିବିର ଭିତରେ ନକ୍ସଲ ମାନେ ପ୍ରଶିକ୍ଷଣ ଦେବା ପାଇଁ ଆକାଶକୁ ଛୁଇଁଲା ଭଳି ବଡ ବଡ ଗଛଲଗାଇଥିଲେ । ତାଲିମ ପାଇଁ କଂକ୍ରିଟ୍ ବାରାକ୍ ଓ କୁଡ଼ିଆ ଘର ନିର୍ମାଣ କରାଯାଇଥିଲା ଯାହାକୁ ନଷ୍ଟ କରିଛନ୍ତି ସୁରକ୍ଷା କର୍ମୀ । ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ର ଟପ ମାଓବାଦୀଙ୍କ ଆଡ୍ଡା ସ୍ଥଳୀ ଥିଲା ଏହି ୱାର ରୁମ ।



