ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ : ୨୧ଟି IED ଜବତ
ଭୂବନେଶ୍ୱର, ୨୩/୦୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ ହୋଇଛି । ଆଜି ୨୦୩ କୋବ୍ରା ବାଟାଲିୟନ ଏବଂ ୧୩୧ ବାଟାଲିୟନ ସିଆରପିଏଫର ଏକ ମିଳିତ ଦଳ ସୁକମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେରରେ ଥିବା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ତିଆରି ଉପକରଣର ଗଚ୍ଛିତ ସ୍ଥାନକୁ ସଫଳତାର ସହ ଠାବ କରିଛନ୍ତି ।ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପରେ ଏକ ବଡ଼ ଅପରେସନ ଆରମ୍ଭ କରିଥିଲେ । । ସର୍ଚ୍ଚ ଅପରେସନରେ ଉଦ୍ଧାର ଅସ୍ତ୍ରାଗାରରେ ସାବୁନ କେସରେ ପ୍ୟାକ୍ ହୋଇଥିବା ୨୧ ଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED), ମଲ୍ଟିପଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (BGL) ବୋମା, ଏକ ଜେନେରେଟର ସେଟ୍, ଲେଥ୍ ମେସିନ୍ ଆନୁଷଙ୍ଗିକ ସାମଗ୍ରୀ, ପ୍ରଚୁର ପରିମାଣରେ ବିସ୍ଫୋରକ ତିଆରି ସାମଗ୍ରୀ, ବନ୍ଧୁକ ତିଆରି ଉପକରଣ ଏବଂ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ରହିଛି ।



