ଭୂବନେଶ୍ୱର, ୨୪/୦୧ : କଟକ ବାରବାଟୀ ଷ୍ଟାଡିୟମ୍ରେ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍ର ଟିକେଟ୍ ବିକ୍ରି ନେଇ ତାରିଖ ଘୋଷଣା ହୋଇଛି। କ୍ରିକେଟ୍ପ୍ରେମୀମାନେ ଆସନ୍ତା ୨ରୁ ଟିକେଟ ବୁକିଂ କରିବେ । ଅନଲାଇନରେ ୪ ହଜାର ଟିକେଟ୍ ଉପଲବ୍ଧ ହେବ।। ୫-୬ରେ କାଉଣ୍ଟରରୁ ଟିକେଟ୍ କିଣିପାରିବେ। ୫ ଓ ୬ କାଉଣ୍ଟରରେ ଟିକେଟ ବିକ୍ରୀ ହେବ। ଏନେଇ ସୂଚନା ଦେଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଚଳିତ ଥର ଷ୍ଟାଡିୟମରେ ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବାରବାଟୀ ଦିନିକିଆରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା, ଜନ ସାଧାରଣଙ୍କ ସୁରକ୍ଷା ସହ ଦର୍ଶକ କିଭଳି ଭଲ ଭାବରେ ଖେଳ ଦେଖି ଫେରିବେ ସେନେଇ ବ୍ଯବସ୍ଥା ହୋଇଛି । ଗ୍ୟାଲେରୀ ୧ ଓ ୩ ନଂ ମୂଲ୍ୟ ୧୨୦୦ ଟଙ୍କା ରହିଥିଲା, ତାହା ୧୦୦ ଟଙ୍କା ହ୍ରାସ ହୋଇ ୧୧୦୦ ଟଙ୍କା କରାଯାଇଛି । ସେମିତି ଗ୍ୟାଲେରୀ ୫ର ମୂଲ୍ୟ ୧୫୦୦ରୁ ୧୨୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ର ମୂଲ୍ୟ ୧୦୦୦ରୁ ୯୦୦ ଟଙ୍କା, ଗ୍ୟାଲେରୀ ୭ର ମୂଲ୍ୟ ୮୦୦ରୁ ୭୦୦ ଟଙ୍କା, ସ୍ପେଶିଆଲ ଏନକ୍ଲୋଜର ୭୦୦୦ରୁ ୬୦୦୦ ଟଙ୍କା, ଏସି ଗ୍ୟାଲେରୀ ବକ୍ସ ୯୦୦୦ରୁ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୨୦୦୦୦ ଟଙ୍କା ଏବଂ ନ୍ୟୁପାଭିଲିୟନ ୧୦୦୦୦ ଟଙ୍କା ରଖାଯାଇଛି ।

June 17, 2026/
No Comments


