ଶ୍ରୀରାମ ଦୂତ ପ୍ରଭୁ ଶ୍ରୀ ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ନଅ ରେ ଥିବା ଜୟ ହନୁମାନ ଯୁବକ ସଂଘ ପକ୍ଷରୁ ଶ୍ରୀରାମ ଦୂତ ପ୍ରଭୁ ଶ୍ରୀ ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତିନିଦିନ ଧରି ପାଳନ ହୋଇଯାଇଛି ଏହି ଅବସରରେ ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଦ୍ୱିତୀୟ ଦିନରେ ପୂଜାର୍ଚ୍ଚନା ଓ ନାମ ସଂକୀର୍ତ୍ତନ ଓ ତୃତୀୟ ଦିନରେ ପୂଜାର୍ଚ୍ଚନା ହୋମଯଜ୍ଞ ଓ ପ୍ରଭୁ ଶ୍ରୀ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କୁ ନେଇ ସହର ପରିକ୍ରମା ସହ ଯଜ୍ଞ ପୂର୍ଣ୍ଣାହୁତି ଓ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରାସାଦ ବଣ୍ଟନ କରଯାଇଥିଲା। କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତି କୁ ଏଡାଇବାକୁ ଯାଇ ବଡ଼ବିଲ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ତୀକ୍ଷ୍ଣ ନଜର ରଖିବା ସହ ପୋଲିସ ବଳୟ ମୁତୟନ ଥିଲେ। ପ୍ରକାଶ ଥାଉକି ଗତ ମାସ ତେଇଶ ତାରିଖ ଦିନ ଏହି ହନୁମାନ ମନ୍ଦୀର ର ମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ସମଗ୍ର ବଡ଼ବିଲ ବନ୍ଦ୍ ହେବା ସହ ଚାପା ଉତ୍ତେଜନା ଦେଖାଦେଇଥିଲା ଓ ପରେ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବଡ଼ବିଲ ଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ଖୋଦ୍ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସେତେବେଳ ପ୍ରତିଶ୍ରୁତି ଦେଇଥିଲେ କି ସେ ପ୍ରଭୁ ଶ୍ରୀ ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ରେ ସାମିଲ ହେବେ ଓ ସେ ତାଙ୍କ ପ୍ରତିଶ୍ରୁତି ରଖି ଆସି ପ୍ରଥମ ଦିନ କଳସ ଶୋଭାଯାତ୍ରା ସମୟରେ ଉପସ୍ଥିତ ରହିବା ସହ ମନ୍ଦୀର କମିଟି କୁ ପଚାଶ ହଜାର ଟଙ୍କାର ସହାୟତା ପ୍ରଦାନ୍ କରିଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
