ଭୂବନେଶ୍ୱର, ୨୬/୦୧ : ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ଘରେ ପଶି ବଡ଼ ଧରଣର ଲୁଟ୍ କରିଛନ୍ତି ଅଭିଯୁକ୍ତ । ନିରଞ୍ଜନଙ୍କ ନଗଦ ଟଙ୍କା ସହ ସମସ୍ତ ସୁନା ଅଳଙ୍କାର ଲୁଟ୍ ହୋଇଥିବା ସୂଚନା ମିଳିଛି । ଲୁଟ୍ ପରେ ଝରକା ବାଟ ଦେଇ ଲୁଟେରା ଫେରାର ମାରିଛନ୍ତି ।
ଉପର ମହଲା ରହୁଥିବା ପୁଅ ବୋହୁଙ୍କ ଘରୁ ଲୁଟ ହୋଇଛି । ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଛନ୍ତି ର୍ଦୁବୃତ୍ତ । ସିସିଟିଭିରେ ଚୋରଙ୍କ ଗତିବିଧି କଏଦ ହୋଇଛି । ପାଚେରୀ ଡେଇଁ ଘରେ ଚୋର ପଶିଥିଲେ । ଚୋର ଏତେ ଚାଲାକ ଯେ, ଘରର ଭିତର ସିସିଟିଭିକୁ ବୁଲାଇ ଦେଇଥିଲେ । ଏହି ଚୋରି ପ୍ରଫେସନାଲ ଢଙ୍ଗରେ ହୋଇଥିବା ନେଇ ସନ୍ଦେହ ହେଉଛି । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ଛାନଭିନ କରୁଛି ।



