ଭୁକ୍ତା ଜନତା ହାଇସ୍କୁଲରେ କ୍ୟାରିଅର କାଉନସେଲିଂ
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲରେ ଶିକ୍ଷାର୍ଥୀମାନଙ୍କୁ ସ୍ଵାଧୀନ ଭାବରେ ନିଜ କ୍ୟାରିଅର ଚୟନ କରିବା ନିମନ୍ତେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସୁଯୋଗ ସୃଷ୍ଟି କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ନୂଆଦିଲ୍ଲୀ ଦ୍ବାରା ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷିତ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବିଜ୍ଞାନ ବିଷୟ ଅଧ୍ୟୟନ କରି ଶିକ୍ଷାର୍ଥୀମାନେ କୃଷି,ପରିବେଶ,ଜୈବ ପ୍ରଯୁକ୍ତି ବିଦ୍ୟା,ଭେଷଜ ବିଜ୍ଞାନ,ମହାକାଶ ବିଜ୍ଞାନ ଆଦି କ୍ଷେତ୍ରରେ ଭବିଷ୍ୟତରେ କିପରି ନିଜ କ୍ୟାରିଅର ଗଠନ କରିପାରିବେ ତଦ୍ ସଂପର୍କିତ ସୂଚନା ପ୍ରଦାନ କରିଥିଲେ।ବ୍ୟକ୍ତିତ୍ଵ ପରିପ୍ରକାଶ,ମୋ ବୃତ୍ତି କାର୍ଯ୍ୟଫର୍ଦ୍ଦ ଆଦି ପୁସ୍ତକ ଶିକ୍ଷାର୍ଥୀମାନଙ୍କୁ ପ୍ରଦାନ କରି ସେମାନଙ୍କ ସହିତ ବିଭିନ୍ନ କ୍ୟାରିଅର ବିଷୟରେ ଆଲୋଚନା କରାଯାଇଥିଲା।ଶିକ୍ଷକ ତେଜରାମ ସା,ବୋଧରାମ ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
