*କ୍ଲଷ୍ଟର ସ୍ତରୀୟ ନିପୂଣ ମେଳା ଅନୁଷ୍ଠିତ*
ଜଗତସିଂହପୁର ତା=5/2/25 ଜଗତସିଂହପୁର ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ସରକାରୀ ଉପ୍ରା ବିଦ୍ୟାଳୟ କୂଳପଟସରା ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଅଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଙ୍କ ଅବର୍ତ୍ତମାନ ରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ଅନୂସୟା ଭୋଇ ଏହି ମେଳା କୁ ଆୟୋଜନ କରିଥିଲେ । ସରକାରୀ ଉପ୍ରା ବିଦ୍ୟାଳୟ କୂଳପଟସରା ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଏହି ମେଳା କୁ ନିଜ ବିଦ୍ୟାଳୟ ରେ ସଫଳତାର ସହ ଆୟୋଜନ କରିଥିଲେ, ଏଥିରେ ବିଦ୍ୟାଳୟ ର ଶିକ୍ଷକ ତପନ ପ୍ରକାଶ ବେହେରା, ଶିକ୍ଷୟିତ୍ରୀ ନନ୍ଦିନୀ ପରିଜା, ନଳିନୀ ସେନାପତି, ସୁରମା ଜେନା ଏବଂ କୂଳପଟସରା ଗ୍ରାମବାସୀ ସହଯୋଗ କରିଥିଲେ। ପ୍ରାରମ୍ଭ ରେ ପଟସରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପ୍ରମୁଖ ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ନିପୁଣ ଓଡିଶା ଲୋଗୋ ଉନ୍ମୋଚନ କରିଥିଲେ। ବରିଷ୍ଠ ଶିକ୍ଷକ ଅରବିନ୍ଦ ସେନାପତି, ନଟବର ବାରିକ୍, ଅରବିନ୍ଦ ବାନାର୍ଜୀ, ଚିତ୍ତରଂଜନ ଚକ୍ରବର୍ତ୍ତୀ, ସତ୍ୟବ୍ରତ ସାହୁ, ଚିନ୍ମୟୀ ସାହୁ ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ନିଜ ନିଜର ମତାମତ ରଖିଥିଲେ। ଦଶ ଗୋଟି ବିଦ୍ୟାଳୟ ର ଅନେକ ଷ୍ଟଲ୍ ମାଧ୍ୟମରେ ସାଧନ ସାମଗ୍ରୀ ପ୍ରଦର୍ଶିତ ହୋଇ ଥିଲା। ଅପରାହ୍ନ ରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ତିଥି ଭୋଜନ କରିଥିଲା। ଉକ୍ତ କାର୍ଯକ୍ରମ ରେ କୂଳପଟସରା ଗ୍ରାମର ଛୋଟ ପିଲାମାନଙ୍କ ଦ୍ଵାରା ହାତ ତିଆରି ନିପୂଣ ଓଡ଼ିଶା ସେଲଫି୍ ଷ୍ଟାଣ୍ଡ ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲାଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



