ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ଦୁଇଜଣଙ୍କୁ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ନାଲକୋ ପୋଲିସ ଗିରଫ କରିଛି।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗିରାଙ୍ଗ ଗ୍ରାମର ମାମି ସାହୁ (୪୫ )ଓ ବିକ୍ରମ ସାହୁ( ୨୨) ପ୍ରାୟ ୧୯.୯୨୦ଗ୍ରାମ ଓଜନର ବ୍ରାଉନ ସୁଗାର ଧରି କୁଲାଡ ଅଞ୍ଚଳକୁ ବିକ୍ରୀ କରିବା ପାଇଁ ନେଉଥିବା ସମୟରେ କୌଣସି ସୂତ୍ରରୁ ନାଲକୋ ପୁଲିସ ସୂଚନା ପାଇ ଏହି ଦୁଇଜଣଙ୍କ ପିଛା କରିଥିଲା। କୁଲାଡ ଗ୍ରାମ ଛକ ଜାତୀୟ ରାଜପଥ ନଂ ୫୫ ରୁ ପୁଲିସ ଦୁଇଜଣଙ୍କୁ କାବୁ କରିଥିଲା।ଯାଞ୍ଚ ସମୟରେ ଏହି ଦୁଇଜଣଙ୍କ ଠାରୁ ୧୯.୯୨୦ଗ୍ରାମ ବ୍ରାଉନ ସୁଗାର ପୁଡିଆ ପୁଲିସ ଜବତ କରିଥିଲା।ଯାହାର ଆନୁମାନିକ ମୁଲ୍ୟ ଏକ ଲକ୍ଷ ୮୦ହଜାର ଟଙ୍କା ଓ ନଗଦ ୧୧୫୦ଟଙ୍କା ଜବତ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି।ପଚରା ଉଚୁରା ବେଳେ ଏମାନେ ମା ‘ ଓ ପୁଅ ବୋଲି ଜଣା ପଡିଛି।ନାଲକୋ ପୁଲିସ ଏକ ମାମଲା ନଂ -୨୮/୨୫ ରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି।ନାଲକୋ ଥାନା ଅଞ୍ଚଳରେ ବ୍ରାଉନ ସୁଗାର ବିକ୍ରୀ ଓ ଜବତ ହେବା କିଛି ନୂଆ କଥା ନୁହେଁ।ବେପାରୀ ମାନେ ବେଧଡକ ନିୟମିତ ଭାବରେ ଏହି ଥାନା ଅଞ୍ଚଳରେ ବ୍ରାଉନ ସୁଗାର ବେପାର କରିଆସୁଛନ୍ତି।ଅସଲ ବେପାରୀ ଖସିଯାଇ ଖୁଲମ ଖୁଲା ବୁଲି ବୁଲି ବ୍ୟବସାୟ ଜାରି ରଖିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।

April 30, 2026/
No Comments


