Spread the love

ନୂଆଦିଲ୍ଲୀ: କାହା ଦଖଲକୁ ଯିବ ଦିଲ୍ଲୀ କ୍ଷମତା? କିଏ ସମ୍ଭଳିବ ଦିଲ୍ଲୀ ରାଜଗାଦୀ । ରେକର୍ଡ ବଜାୟ ରଖିବ କି ଆପ୍? ନା କ୍ଷମତା କୁ ଆସିବ ବିଜେପି? ଆରମ୍ଭ ହୋଇଛି ଦିଲ୍ଲୀ ଭୋଟ୍ ଗଣତି । ପ୍ରଥମେ ଖୋଲିଛି ପୋଷ୍ଟାଲ ବାଲଟ୍ । ପୋଷ୍ଟାଲ ବାଲଟ୍ ଗଣତି ଆରମ୍ଭ କିଛି ସମୟ ପରେ ଇଭିଏମ୍ ଗଣତି ହେବ । ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ବହୁମତ ହାସଲ କରିଛି ।

ପୋଷ୍ଟାଲ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ ଥିବା ନେଇ ଖବର ମିଳିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ଫିଗର୍ ଛୁଇଁଛି ବିଜେପି । ସଂଖ୍ୟା ଗରିଷ୍ଠତା ୩୬ ଛୁଇଁଛି ବିଜେପି ।ସେପଟେ ଆମ ଆଦମୀ ପାର୍ଟି ତଥା ଆପ୍‌ର ବହୁ ବଡ଼ ବଡ଼ ନେତା ପଛରେ ରହିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ନିଜ ନିଜ ଆସନରେ ମଧ୍ୟ ପଛରେ ଅଛନ୍ତି। କେଜ୍ରିୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପରଭେଶ ବର୍ମାଙ୍କଠାରୁ ପଛରେ ଥିବାବେଳେ କାଲକାଜି ଆସନରେ ଆତିଶୀ ବିଜେପିର ରମେଶ ବିଧୁରିଙ୍କଠାରୁ ପଛରେ ଅଛନ୍ତି। ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପଛୁଆ ଜଙ୍ଗପୁରା ଆସନରୁ ପଛୁଆ ଅଛନ୍ତି ।ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିଥିଲେ ୧.୫୫ କୋଟି ଭୋଟର୍। ମୋଟ ୬୯୯ ଜଣ ପ୍ରାର୍ଥୀଙ୍କର ହୋଇଥିଲା ଭାଗ୍ୟ ପରୀକ୍ଷା ।

Leave a Reply

Your email address will not be published. Required fields are marked *

You missed