ଭୂବନେଶ୍ୱର, ୦୮/୦୨ : ରାୟଗଡାରେ ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ନୂଆ ରେଳ ଡିଭିଜନ- ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ। ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା-ବାଚେଲି, କୁନେରୁ-ଥେରୁବାଲି ଜେ.ଏନ୍, ସିଙ୍ଗାପୁର ରୋଡ୍-କୋରାପୁଟ ଜଙ୍କ୍ସନ୍ ଏବଂ ପାରଳାଖେମୁଣ୍ଡି-ଗୁଣପୁର ମଧ୍ୟରେ ଥିବା ସମସ୍ତ ଷ୍ଟେସନ ରହିବ।
ରାୟଗଡା, କୋରାପୁଟ, ଗଜପତି, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ସମେତ ଆଦିବାସୀ ବହୁଳ ଜିଲ୍ଲାଗୁଡିକର ସ୍ୱାର୍ଥ ପାଇଁ ଏହି ରେଳମଣ୍ଡଳ କାର୍ଯ୍ୟ କରିବ। ଏହା ଓଡ଼ିଶା ରେଳ ନେଟୱର୍କ ସହିତ ସ୍ଥାନୀୟ ଅଞ୍ଚଳର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେବେ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶକୁ ସୁନିଶ୍ଚିତ କରିବାକୁ ଅମିତାଭ୍ ସିଂଘଲ ନୂଆ ଡିଆରଏମ୍ ଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପଟେ କୋରାପୁଟ-ରାୟଗଡା ରେଳପଥ ପୂର୍ବଘାଟଗୁଡ଼ିକର ଚମତ୍କାର ସୌନ୍ଦର୍ଯ୍ୟମୟ ଦୃଶ୍ୟ ସହିତ ସବୁଜିମା, ଜଳପ୍ରପାତ, ଆଦିବାସୀ ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଝଲକ ମଧ୍ୟ ଉଭୟ ଜାତୀୟ ତଥା ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

