ଶିବ ମନ୍ଦିରରୁ ଚୋରୀ ଅଭିଯୁକ୍ତ ଆସାମୀକୁ ୩ବର୍ଷ ଜେଲ ଦଣ୍ଡାଦେଶ ସୁଣାଇଲେ ମାନ୍ୟବର ଅଦାଲତ।କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ଶିବ ମନ୍ଦିରରୁ ଚୋରି ମାମଲାର ବିଚାର କରି ମାନ୍ୟବର ଚମ୍ପୁଆ ଏସଡିଜେଏମ ଅଭିଯୁକ୍ତକୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ଗତ ୨୮/୪/୨୦୧୯ ରିଖ ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସ୍ଥିତ ଶିବ ମନ୍ଦିରର କବାଟ ଭାଙ୍ଗି ମନ୍ଦିର ଭିତରୁ ଇନଭଟର ଓ ବ୍ୟାଟେରି ଚୋରି କରିଥିଲେ ଦୃର୍ବୁତ୍ତ । ଏନେଇ ମନ୍ଦିରର ପୂଜକ ମୃଣାଳ କାନ୍ତି ନନ୍ଦ ୨୯ତାରିଖରେ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ।ଏହି ମାମଲାରେ ଚମ୍ପୁଆ ପୋଲିସ ଚମ୍ପୁଆ ଅଞ୍ଚଳର ମଧୁ ନାଏକ ଓ ରିଙ୍କୁ ନାଏକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ଚମ୍ପୁଆ ମାନ୍ୟବର ଏସଡିଜେଏମ ଦିପକ କୁମାର ସାଥୁଆ ଆଠଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଆସାମି ରିଙ୍କୁ ନାଏକକୁ ତିନି ବର୍ଷ ଜେଲ ଦଣ୍ଡାଦେଶ ସହ ତିନି ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ମଧୁ ନାଏକଙ୍କୁ ଖଲାସ କରିଛନ୍ତି ମାନ୍ୟବର ଅଦାଲତ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



