( ସମସ୍ୟା ଘେରରେ ପିତେଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସମସ୍ୟା ସମାଧାନ କେବେ..? )ଜଗତସିଂହପୁର ତା =15/2/25ରାଜ୍ୟ ସରକାର ପ୍ରାଥମିକ ସ୍ୱାସ୍ଥ୍ୟ କୁ ସମସ୍ତ ପ୍ରକାର ଅଗ୍ରାଧିକାର ଦେଉଥିବା ବେଳେ ତାହା ବାସ୍ତବ କ୍ଷେତ୍ରରେ ସଫଳ ରୂପାୟନ ହୋଇପାରୁନାହିଁ | ଏହା ର ନଗ୍ନ ନମୁନା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ ପିତେଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ |ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି | ପିତେଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖ ପାଖ ଦଶ ଟି ରାଜସ୍ବ ଗ୍ରାମର ଶତାଧିକ ଜନସାଧାରଣ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରନ୍ତି | ହେଲେ ଦୁଃଖ ଓ ପରିତାପର ବିଷୟ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି | ପ୍ରଯ୍ୟାପ୍ତ ଔଷଧ ଗଛିତ ଥିଲେ ମଧ୍ୟ୍ୟ ଫାର୍ମାସିଷ୍ଟ ନାହାନ୍ତି | ରୋଗୀସେବା କରିବାକୁ ଷ୍ଟାପ ନର୍ସ ନାହାନ୍ତି | ବ୍ୟାଣ୍ଡେଜ କରିବାକୁ କମ୍ପାଉଣ୍ଡର ନାହାନ୍ତି ତେବେ ଜଣେ ମାତ୍ର ଡାକ୍ତର କରିବେ କଣ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ପିତେଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆବଶ୍ୟକୀୟ କର୍ମଚାରୀ ଯୋଗାଇଦେବାକୁ ଅଞ୍ଚଳବାସୀ ଜ଼ିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ୍ୟ ସମସ୍ୟା ସମାଧାନ ହୋଇନାହିଁ | ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
