ଅନୁଗୋଳ, ୨୩/୦୨ :ଅନୁଗୋଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗରରେ ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣାରେ ୫ ସୁପାରୀ କିଲର ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଦୁଇଟି ରିଭରଭର, ଗୁଳି,ବାଇକ ଓ ଏଟିଏମ କାର୍ଡ ଜବତ କରିଛି ପୋଲିସ । କୌଣସି ଅପରାଧିକ କାର୍ଯ୍ୟକୁ ନେଇ ଦୀର୍ଘ ଦିନ ହେବ ଆହତ ଵିଷ୍ଣୁ ଚରଣ ନାଏକ ଓ ରାଜକିଶୋରଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା ।
ଏଥିପାଇଁ ଦୁଇ ଦୁଇ ଥର ସୁପାରୀ ଦେଇ ରାଜକିଶୋର ବିଷ୍ଣୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ବୋଲି ଏସପି ସୂଚନା ଦେଇଛନ୍ତି । ରାଜକିଶୋର ଗତ ୯ ତାରିଖ ପୂର୍ବରୁ ଘଟାଇଥିବା ଏକ ଅପହରଣ ମାମଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କରି ଏବେ ଜେଲରେ ଥିବା ବେଳେ ଏହି ଘଟଣା ଘଟିଛି । ତେବେ ଜେଲେ ଯିବା ପୂର୍ବରୁ ସେ ଏହି ଷଡ଼ଯନ୍ତ୍ର ରଚିଥିବା ପୋଲିସ କହିଛି । ତେବେ କଣ ସେ ଅପରାଧିକ କାର୍ଯ୍ୟ ଓ କାହିଁକି ଏହି ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଥିଲା ତାହା ସ୍ପଷ୍ଟ କରିନାହିଁ ପୋଲିସ ।



