ଅନୁଗୋଳ/ତାଳଚେର, ୨୩/୦୨ : ପ୍ରେମିକର ପ୍ରେମ ପାଗଳ କଲା । ସ୍ବାମୀକୁ ଛାଡ଼ି ପ୍ରେମିକ ପାଖକୁ ଯିବାକୁ ଚାହୁଁଥିଲା ସ୍ତ୍ରୀ । ସ୍ବାମୀ ହାତ ଛାଡ଼ି ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ। ଶାଶୁଘର, ବାପଘର ଲୋକଙ୍କ ଉପସ୍ଥିତିରେ ଥାନାରେ ହେଲା ଚୁକ୍ତିନାମା । ଏପରି ଏକ ଘଟଣା ତାଳଚେରରୁ ଆସିଛି । ଗତ ୧୮ ତାରିଖରେ ତାଳଚେର ଥାନା ଅନ୍ତର୍ଗତ ଟାଉନ ବଡ଼ ଦାଣ୍ଡ ସାହିର ଜଣେ ଯୁବକଙ୍କ ବିବାହ ବଅଁରପାଳ ବ୍ଲକ ଅଞ୍ଚଳରେ ହୋଇଥିଲା ।
ବିବାହ କାର୍ଯ୍ୟ ଶେଷ ହେବା ପରେ କନ୍ୟା ଶାଶୁଘରକୁ ଆସିଥିଲା । ୩ ଦିନ ଧରି ନବବଧୂ ଶାଶୁଘରେ ଠିକଠାକ ଥିଲା । ହେଲେ ଚତୁର୍ଥୀ ଦିନ ବିବାହ ତାଙ୍କ ଇଛା ଅନୁସାରେ ହୋଇନଥିବା କହିଥିଲେ ନବବଧୂ । ଏହା ମଧ୍ଯ କହିଥିଲେ କି ତାଙ୍କ ମାଆ ଜୋର ଜବରଦସ୍ତ ବିବାହ କରାଇଛନ୍ତି ।ଏପରି କି ବିବାହ ନକଲେ ବାପା ଜୀବନ ହାରିବାକୁ ଧମକ ଦେଇଥିଲେ । ତେଣୁ ସେ ବାଧ୍ୟ ହୋଇ ବିବାହ କରିଥିଲେ । ନିଜ ପୁରୁଣା ପ୍ରେମିକକୁ ବିବାହ କରିବାକୁ ଜିଦ କରିଥିଲେ। ଏପରି କଥା ଶୁଣି ବରପକ୍ଷ ତୁରନ୍ତ ନବବଧୂଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ଉଭୟ ପରିବାର ତାଳଚେର ଥାନାର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଥାନାରେ ଚୁକ୍ତିନାମା ହୋଇଥିଲା । ନବବଧୂ ଜଣକ ତାଙ୍କ ପୁରୁଣା ପ୍ରେମିକ ପାଖକୁ ଚାଲିଯାଇଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-25-scaled.jpg)

