(ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଚାଷୀ ସତ୍ୟାଗ୍ରହ ପ୍ରତ୍ୟାହୃତ )ଜଗତସିଂହପୁର ତା =26/2/25ଜଗତସିଂହପୁର ଜ଼ିଲ୍ଲା ରେ ସମସ୍ତ ଧାନ ମଣ୍ଡିରେ ବ୍ୟାପକ କଟିନି ଛଟିନି, ଧାନ ମିଲର ମାନଙ୍କ ଦୌରାତ୍ମ ବୃଦ୍ଧି, ଜ଼ିଲ୍ଲା ପ୍ରଶାସନ ର ନିଷ୍କ୍ରିୟତା ଆଦି ବିଭିନ୍ନ ସମସ୍ୟା କୁ ନେଇ ନବ ନିର୍ମାଣ କୃଷକ ସଂଗଠକ ଚାଷୀ ସତ୍ୟାଗ୍ରହ କରିବା ସହିତ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦିନ ଧରି ଧାରଣା ଅନୁଷ୍ଠିତ ଦେଇଥିଲେ | ଧାରଣା ସ୍ଥଳରେ ଜ଼ିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତ ହୋଇନଥିଲେ କି ଚାଷୀ ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇନଥିଲେ |କିନ୍ତୁ ଜଗତସିଂହପୁର ଲୋକ ପ୍ରିୟ ବିଧାୟକ ତତକ୍ଷଣାତ ବିଶେଷ ସୂତ୍ରରୁ ଖବର ପାଇଁ ଚାଷୀ ମାନଙ୍କ ଦ୍ୱାରା ଆୟୋଜିତ ଧାରଣା ସ୍ଥଳରେ ପହଂଚିଥିଲେ |ପ୍ରଶାସନିକ ତ୍ରୁଟି ଏବଂ ଧାନ କିଣା ରେ ସମସ୍ତ ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ସମ୍ପର୍କ ରେ ଦୀର୍ଘ ଦୁଇ ଘଣ୍ଟା ଉପସ୍ଥିତ ରହି ଚାଷୀ ମାନଙ୍କ ଠାରୁ ସମସ୍ତ ବିଷୟ ଅବଗତ ହେବା ପରେ ଜ଼ିଲ୍ଲାପ୍ରଶାସନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଚାଷୀ ମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାପରେ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଆୟୋଜିତ ଚାଷୀ ସତ୍ୟାଗ୍ରହ ପ୍ରତ୍ୟାହୃତ ହୋଇଥିଲା |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

June 15, 2026/
No Comments


