ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ସାଇବର ଠକେଇର ଶୀକାର।
ବ୍ରହ୍ମପୁର,ସାଇବର ଠକେଇର ଶୀକାର ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ଡିଜିଟାଲ ଆରେଷ୍ଟ କହି ସାଇବର ଠକ ମାନେ କୁଳପତିରୁ ନେଇଗଲେ ୧୪ ଲକ୍ଷ ଟଙ୍କା । ଜଣେ ଦୁବୃର୍ତ୍ତ କୁଳପତିଙ୍କୁ ଗତ ଚାରି ଦିନ ହେଲା ଫୋନ କରି ଡିଜିଟାଲ ଆରେଷ୍ଟରେ ଫସାଇଥିଲା । ଦୁବୃର୍ତ୍ତ ଜଣକ ନିଜକୁ ଇଡି ଅଫିସର ବୋଲି କୁଳପତିଙ୍କୁ ପରିଚୟ ଦେଇଥିଲେ । ସୁପ୍ରିମକୋର୍ଟରେ ଚାଲିଥିବା ଏକ ମାମଲାରେ ଅଭିଯୁକ୍ତଙ୍କ ସହ କୁଳପତିଙ୍କ ଲିଙ୍କ୍ ରହିଥିବା ନେଇ କୁଳପତିଙ୍କୁ କହିଥିଲେ ଦୁବୃର୍ତ୍ତ । ଏଭଳି ତଥ୍ୟ ଦୁବୃର୍ତ୍ତ ଦେବା ପରେ ଡିଜିଟାଲ ଆରେଷ୍ଟ ହୋଇଛନ୍ତି ବୋଲି କୁଳପତିଙ୍କୁ କୁହାଯାଇଥିଲା ।ଡିଜିଟାଲ ଆରେଷ୍ଟ ଭୟରେ କୁଳପତି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଫୋନ କଲର କିଛି ସମୟ ପରେ କୁଳପତି ୧୪ ଲକ୍ଷ ଟଙ୍କାର ଚେକ ଦୁବୃର୍ତ୍ତଙ୍କ ଆକାଉଣ୍ଟରେ ଜମା କରିଥିଲେ । ଡିଜିଟାଲ ଆରେଷ୍ଟର ଶୀକାର ନେଇ କୁଳପତି ବ୍ରହ୍ମପୁର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଠକେଇର ତଦନ୍ତ ଜାରି ଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ । ବ୍ରହ୍ମପୁର ସାଇବର ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ବ ବେଳେ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି ।



