ଅଲ୍ ଓଡିଶା ମେକାନିକାଲ ମହାସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ଟାଙ୍ଗି ଚୌଦ୍ବାର ସ୍ଥିତ ମଙ୍ଗୁଳି ଛକ ଓଭର ବ୍ରିଜ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା କଲିକତା ହୁଗୁଳି ଜିଲ୍ଲା ର ସାମଲ ଘୋଷ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଏକଦଶlହ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମଙ୍ଗୁଳି ଛକ ଠାରେ ଅନୁଷ୍ଟିତ ହୋଇଯାଇଛି। ସେ ମହାସଂଘ ର ଜଣେ ସଦସ୍ୟ ଥିଲେ।ଏହି କାର୍ଯ୍ୟକ୍ରମ ଟି ମେକାନିକାଲ ମହାସଂଘ କଟକ ଜିଲ୍ଲା ସଭାପତି ଅରକ୍ଷିତ ରାଉଳ ଙ୍କ ନେତୃତ୍ୱ ରେ ହେଇଥିଲା। ଏହିଶୋକ ସଭାରେ ୰ଘୋଷ ଙ୍କ ପାଇଁ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ତାଙ୍କ ପରିବାର କୁ ମହସଂଘ ପକ୍ଷରୁ ୬୦,୦୦୦ ଟଙ୍କା ର ଏକ ଚେକ୍ ତାଙ୍କର ଭଣଜା ଦେବାଶିଷ କୋଲେ ଙ୍କୁ ପ୍ରଦାନ କରାଯାଇଥିଲା। ସଂଘର ଏହି ପରି ଭାଇଚାରାର କାର୍ଯ୍ୟକ୍ରମ ରେ ସମସ୍ତ ସଦସ୍ୟଙ୍କ ପାଇଁ ଶାରୀରିକ ଏବଂ ଆର୍ଥିକ ସହଯୋଗ ରହିବ ବୋଲି ସଭାପତି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମେକାନିକାଲ ମହାସଂଘ ର ଉପସଭାପତି ବିର ପାଲ ସିଂ, ସମ୍ପାଦକ ଆଲାମ ଖାଁ, ସହ ସମ୍ପାଦକ ସେକ ଲୋକ ମାନ୍, କୋଷାଧ୍ୟକ୍ଷ ସେକ ସୋହୁର୍, ଆଇନ୍ ପରାମର୍ଶ ଦାତା ବିଜୟ କୁମାର୍ ମହାନ୍ତି, ଯାଜପୁର ସଭାପତି ରାଜ କିଶୋର ସାହୁ, ଅନୁଗୋଳ ସଭାପତି କବି ପ୍ରଧାନ ପାରାଦୀପ ସଭାପତି ସୁରେନ୍ଦ୍ର ମହନ୍ତ, କେନ୍ଦ୍ରାପଡ଼ା ସଭାପତି ଅଶୋକ ମଲିକ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଚୌଦ୍ୱାର ରୁ ପବିତ୍ର କୁମାର୍ ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ୍
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


