*ବନ୍ୟଜୀବଙ୍କ ସୁରକ୍ଷା ନିମିତ୍ତ ବ୍ୟାପକ ସଚେତନତା ଆବଶ୍ୟକ*
*(ଗୋପାଲପୁର ଆଶ୍ରମ ସ୍କୁଲରେ ବିଶ୍ଵ ବନ୍ୟପ୍ରାଣୀ ଦିବସ)*
ବରଗଡ:୩/୩(ପବିତ୍ର ମେହେର )ବନ୍ୟଜୀବଙ୍କ ମଧ୍ୟରେ ଅନ୍ତର୍ନିହିତ ଅଲୌକିକ ଗୁଣ ଓ ଶକ୍ତିକୁ ଚିହ୍ନିବା ଓ ସେଗୁଡିକୁ ମାନବ ସମାଜର ହିତ ଉଦ୍ଦେଶ୍ୟରେ ପ୍ରଯୋଗ କରିବା ଅତ୍ୟନ୍ତ ଆବଶ୍ୟକ।ତେଣୁ ବନ୍ୟପ୍ରାଣୀ ଯେପରି ସୁରକ୍ଷିତ ରହିପାରିବେ ସେ କ୍ଷେତ୍ରରେ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ।ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ବର୍ତ୍ତମାନ ସମାଜରେ ସମସ୍ତଙ୍କ ପାଇଁ ଏକ ଆହ୍ବାନ ପାଲଟିଛି।ଜୀବଜନ୍ତୁଗୁଡ଼ିକର ସୁରକ୍ଷା ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ମାସ ତିନି ତାରିଖକୁ ବିଶ୍ଵ ବନ୍ୟପ୍ରାଣୀ ଦିବସ ଭାବରେ ପାଳନ କରାଯାଏ। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଲପୁର ଆଶ୍ରମ ସ୍କୁଲରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀଙ୍କ ଆହ୍ୱାନ କ୍ରମେ ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ନୀଳକଣ୍ଠ ସା, ମୁଖ୍ୟ ବକ୍ତା ଭାବେ ବଡ଼ମାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଅଶୋକ ଡନସନା, ସମ୍ମାନିତ ଅତିଥି ଭାବରେ ପ୍ରକୃତିପ୍ରେମୀ ଗଣେଶ ମହାକୁଡ ଯୋଗଦେଇ ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବାରେ ବନ୍ୟପ୍ରାଣୀମାନଙ୍କ ଉପସ୍ଥିତି କିପରି ପ୍ରଭାବ ପକାଇଥାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବିଦ୍ୟାଳୟର ଇକୋ କ୍ଲବ ଓ ବିଜ୍ଞାନ କ୍ଲବର ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



