ଗେଙ୍ଗୁଟିଆ ଗ୍ରାମରେ ବାଦିପାଲାସଦର ବ୍ଲକ ଢେଙ୍କାନାଳ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ଶ୍ରୀ ସତ୍ୟ ନାରାୟଣ ଜୀଉଙ୍କ ର ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ୫ ଦିନ ବ୍ୟାପି ବାଦିପାଲା ଅନୁଷ୍ଠିତ ହେଉଅଛି । ତା ୦୬/୦୩/୨୦୨୫ ରିଖ ଠାରୁ ତା ୧୦/୦୩/୨୦୨୫ ରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟା ୭ ଘଟିକା ଠାରୁ ବାଦିପାଲା ଅନଷ୍ଠିତ ହେଉଅଛି । ଓଡ଼ିଶାର ସୁନାମଧନ୍ୟ ଗାୟକ ବାଣଭୂଷଣ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ଜେନା,ଗାୟକ ଜ୍ଞାନସୁଧା ଶାରଦା ପ୍ରସନ୍ନ ନାୟକ ପାଲା ପରିବେଷଣ କରିବେ । ଗେଙ୍ଗୁଟିଆ ଗ୍ରାମର ସତ୍ୟନାରାୟଣ ପାଲା ଆଜକୁ ୧୮୮ ବର୍ଷର ଅନୁଷ୍ଠାନ । ଶ୍ରୀ ଜିଉ ଙ୍କର ପ୍ରତ୍ୟେକ ଦିନ ଶିରିଣି ଭୋଗ ହେଉଅଛି। ତା ୧୧/୦୩/୨୦୨୫ ରିଖ ମହା ଶିରିଣି ଉତ୍ସବ ହେଉଅଛି। ଏହିସବୁ କାର୍ଯ୍ୟକ୍ରମ ଗ୍ରାମ୍ୟ କମିଟି ଓ ଉପଦେଷ୍ଟା କମିଟିର ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗ ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଚାଲୁ ରହିଛି ।




