ବଡ଼ବିଲ ନଗରପାଳଙ୍କ କରକମଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଶୁଦ୍ଧ ପାନୀୟଜଳ ମେସିନ୍ ଉଦ୍ଘାଟନ।
ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସ୍ଥାନରେ ପଥଚାରୀ ଓ ବିଭିନ୍ନ ସ୍ଥାନକୁ ଯିବାଆସିବା କରୁଥିବା ଯାତ୍ରୀ ମାନେ ଟିକିଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଦୋକାନକୁ ଯାଇ ପଇସା ଖର୍ଚ୍ଚକରି ପାଣି ବୋତଲ କିଣି ତାକୁ ପିଇ ଆତ୍ମ ସନ୍ତୋଷ ଲାଭ କରନ୍ତି, କିନ୍ତୁ ଅନେକ ଲୋକ ପଇସା ଅଭାବରୁ ଟିକେ ବିଶୁଦ୍ଧ ପାନୀୟଜଳ ନପାଇ ଏଠୁସେଠୁ ପାଣି ପିଇଥାଆନ୍ତି। ଯାହାକୁ ଦୃଷ୍ଟିରେ ରଖି ବଡ଼ବିଲ ବାସୀଙ୍କୁ ଏବଂ ଅନ୍ୟ ଅଞ୍ଚଳରୁ ଆସୁଥିବା ଲୋକମାନଙ୍କ ପାଇଁ ନିଃଶୁକ୍ଳ ଓ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ଆଜି ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ରେ ଥିବା ବଡ଼ବିଲ ଡାକବଙ୍ଗଳା ଛକ ନିକଟରେ ବଡ଼ବିଲ ପୌରପାଳିକା ପକ୍ଷରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ପାନୀୟଜଳ ମେସିନ୍ ର ସ୍ଥାପନ କରାଯାଇଥିବା ବେଳେ ବଡ଼ବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ ଏହାର ଶୁଭ ଉଦ୍ଘାଟନ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୌରଧିକାରୀ ରମେଶ ଚନ୍ଦ୍ର ନାୟକ ସମସ୍ତ ୱାର୍ଡ଼ମେମ୍ବର ଓ ସମସ୍ତ ବଡ଼ବିଲ ପୌରକର୍ମଚାରୀ ଏବଂ ବଡ଼ବିଲ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
