Spread the love

ହାଲୁକା ବର୍ଷାରେ ତାଳଚେର ସହର ବେହାଲ
ଜବରଦଖଲକାରୀଙ୍କ କବଜାରେ ଦାମୀ ସରକାର ଜମି, ହେଉନି ପ୍ରତିକାର


ତାଳଚେର, ୧୫/୦୪ ଇଏ କେଉଁ ଉପାନ୍ତ ଅଂଚଳ ନୁହଁ କିମ୍ବା ଗାଁଗଣ୍ଡା ନୁହଁ, ଖୋଦ୍ ତାଳଚେର ସହର ମଧ୍ୟରେ ସରକାରୀ ଜମି, ହୋତା, ନାଳ, ପୋଖରୀ ଇତ୍ୟାଦି ଗୁଡ଼ିକୁ ଜବରଦଖଲକରି ରଖିବା ଫଲରେ ହାଲୁକା ବର୍ଷା ହେଲେ ବର୍ତମାନ ତାଳଚେର ସହରର ପାଣିଜମି ଏକ ଅପ୍ରିତୀକର ପରିସ୍ଥିତ ସୃଷ୍ଟି ହେଉଥିବା ଦେଖାଯାଇଛି । କାଳବୈଶାଖୀ ପ୍ରଭାବରେ ଆଜି ଅପରାହହ୍ଣ ସମୟରେ ତାଳଚେରରେ ପବନ ସହ ହାଲୁକା ବର୍ଷା ହୋଇଥିଲା । ଫଳରେ ବର୍ଷାଜଳ ନିଷ୍କାସନ ନହୋଇ ପାରିବାରୁ ବିଭିନ୍ନ ସ୍ଥାନମାନଙ୍କର ପାଣି ଜମା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ରାଜାରାଜୁଡ଼ା ସମୟରୁ ତାଳଚେର ସହର ମଧ୍ୟରେ ଭିନ୍ନଭିନ୍ନ ସ୍ଥାନରେ ପାଣିମାହାରା, ହତା ଲୋକଙ୍କ ସୁବିଧାକୁ ଦେଖି ନିର୍ମାଣ କରାଯାଇଥିଲା । ଫଳରେ ବର୍ଷାଜଳ ସିଧାସଳଖଭାବେ ନଦୀକୁ ପ୍ରବେଶ କରିପାରୁଥିଲା । ତେଣୁ କୌଣସି ସ୍ଥାନରେ ପାଣି ଜମି ନରହି ନିଷ୍ପାସନ ହେବାଫଳରେ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ ରହୁଥିଲା । କିନ୍ତୁ ବର୍ତମାନ ତାଳଚେର ସହରର ବାଇପାସ୍ ଛକ, ହାଟତୋଟା, ଶର୍ମାଛକ, ଆଇଟିଆଇରୋଡ଼, ହାଣ୍ଡିଧୂଆଁ, ପବିତ୍ରମୋହନ ଛକ, ବାଘୁଆବୋଲ ଇତ୍ୟାଦି ୨୧ଗୋଟି ୱାର୍ଡ଼ରେ ପ୍ରାୟ ବର୍ଷା ପାଣି ଜମି ରହୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏଥିନେଇ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ ନକରି ଏଠାରେ ପ୍ରଶାସନ ନୀରୋବଦ୍ରଷ୍ଟା ସାଜିଥିବାରୁ ଏଭଳି ଅବସ୍ଥା ଆଜି ଦେଖାଯାଉଛି ବୋଲି ଅଭିଯୋଗ ହେଉଛି । ତେବେ ସରକାରୀ ଜମି ଗୁଡ଼ିକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ହତା, ପାଣିମାହାରା କରାଯାଇ ଡ଼୍ରେନମାଧ୍ୟମରେ ଜଳକୁ ନିଷ୍ପାସନ କରିବାକୁ ଅଂଚଳବ।।ସୀଙ୍କ ପକ୍ଷରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *