ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ଦିବସ ପାଳିତ

ସପ୍ତାହ-ବ୍ୟାପୀ କୁଇଜ ପ୍ରତିଯୋଗିତା ଏବଂ ଅଗ୍ନିନିର୍ବାପକ ପ୍ରଶିକ୍ଷଣ ଅଧିବେଶନ ଆୟୋଜିତ
ମେରାମାଣ୍ଡଳି, ଏପ୍ରିଲ ୧୬, ୨୦୨୫ ଅଗ୍ନିଶମ କର୍ମଚାରୀଙ୍କ ସାହସିକତା ଓ ବଳିଦାନକୁ ସମ୍ମାନ ଜଣାଇ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଏପ୍ରିଲ ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି । ବେଦ ପ୍ରକାଶ ଠାକୁର, ଚିଫ୍, ସେୟାର୍ଡ ସର୍ଭିସେସ୍, ଟିଏଏସଏମ୍, ବିଳାସ ଏନ ଗାଏକୱାଡ, ଚିଫ୍, ସେପ୍ଟି, ଟିଏସଏମ୍, ଅଭିଷେକ ଶର୍ମା, ହେଡ୍, ସିକ୍ୟୁରିଟି, ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଏବଂ ପ୍ଲାଣ୍ଟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସପ୍ତାହର ଉଦଘାଟନୀ ସମାରୋହ ଆୟୋଜନ କରାଯାଇଥିଲା । ଏହି ସମାରୋହରେ ଅଗ୍ନିଶମ ବାହିନୀର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହା ସହ ବେଟ୍ ଫାୟାର, ପୁଲ୍ ଫାୟାର ଏବଂ ଉଚ୍ଚତାରେ ଉଦ୍ଧାର ଅଭିଯାନର ସଫଳ ପରିଚାଳନା ଉପରେ ଲାଇଭ୍ ଡେମୋ ପ୍ରଦର୍ଶିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମଗୁଡ଼ିକ ଅଗ୍ନିଶମ ବାହିନୀର କୌଣସି ବିପଜ୍ଜନକ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ରହିଥିବା ପ୍ରସ୍ତୁତିକୁ ଦର୍ଶାଇଥିଲା ।

ଅଧିକ ସଚେତନତା ସୃଷ୍ଟି କରିବା ଏବଂ କର୍ମଚାରୀଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ପାଇଁ, ସପ୍ତାହ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ସେଥି ମଧ୍ଯରେ କର୍ମଚାରୀଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା, ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସ୍କୁଲର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀଙ୍କ ପାଇଁ ଅଗ୍ନିନିର୍ବାପକ ପ୍ରଶିକ୍ଷଣ ଅଧିବେଶନ, ଟିଏସଏମ ଅଧିକାରୀଙ୍କ ପାଇଁ ଉଚ୍ଚତାରେ ଉଦ୍ଧାର କାର୍ଯ୍ୟ ଏବଂ ଅଗ୍ନି ନିରାପତ୍ତା ସମ୍ପର୍କିତ ଏକ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ। ସେହିପରି ଆଜି ବୁଢ଼ାପଙ୍କ ହାଇସ୍କୁଲରେ ଏକ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ବଂଅରପାଳ ଅଞ୍ଚଳର ସାମ୍ବାଦିକମାନେ ଯୋଗଦେଇଥିଲେ । ଯୋଗ ଦେଇଥିବା ବ୍ୟକ୍ତି ମାନଙ୍କୁ ଟିଏସଏମର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାର ଲାଇଭ୍ ଡେମୋ ଦେଖାଇଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଦୃଷ୍ଟାନ୍ତମୂଳକ ସାହସିକତା ଓ ଅତୁଟ ସମର୍ପଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ପ୍ରତିବର୍ଷ ଏପ୍ରିଲ ୧୪ ତାରିଖ ଦିନ ଜାତୀୟ ଅଗ୍ନିଶମ ସେବା ଦିବସ ପାଳନ କରାଯାଇଥାଏ। ବିଶେଷ କରି ଏହି ଦିନ ୧୯୪୪ ମସିହାରେ ମୁମ୍ବାଇ ବନ୍ଦରରେ ଘଟିଥିବା ଦୁଃଖଦ ଏସ୍ ଏସ୍ ଫୋର୍ଟ ଷ୍ଟିକନ ଘଟଣାର ସ୍ମୃତିଚାରଣା କରାଯାଇଥାଏ। ଉଭୟ ପ୍ଲାଣ୍ଟ ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ଜନିତ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ଟିଏସ୍ଏମ୍ ପ୍ରତିଶ୍ରୁତିବଦ୍ଧ।



