ଭୂବନେଶ୍ୱର, ୧୭/୦୪/୨୦୨୫ : ଚୌଦ୍ଵାର ଇନ୍ଦ୍ରାଣୀପାଟଣା ଅଞ୍ଚଳ ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍ୱାଡ । ଅପରାଧୀ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ାର ଆଣ୍ଠୁରେ ଗୁଳି ବାଜିଛି । ଦୁଇ ଅଭିଯୁକ୍ତଙ୍କୁ SCBରେ ଭର୍ତ୍ତି କରାଯାଇଛି । ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଅପରାଧୀ ।
ଏହା ପରେ ପୋଲିସର ପାଲଟା ଗୁଳିରେ ଦୁଇ ଜଣ ଆହତ ହୋଇଥିଲେ। ଅନେକ ଅପରାଧରେ ଏମାନଙ୍କ ସଂପୃକ୍ତି ରହିଛି । ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ସହ ଗୁଳି ଜବତ କରିଛି ପୋଲିସ ।



