ବିଶ୍ବ ସ୍ବାସ୍ଥ୍ୟ ଦିବସ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର ____ ହାବଳଗଣ୍ଡ ପାଟଣାର ବିକେବି ହାଇସ୍କୁଲ ପରିସରରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ଜୁନିଅର ରେଡ଼କ୍ରସ ଶାଖା ଆୟୋଜିତ ଏହି କାର୍ଯ୍ୟକ୍ରମର ରେ ବରିଷ୍ଠ ଶିକ୍ଷାବିତ ରାହାସ ବିହାରି ମହାନ୍ତି ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୃର୍ବତନ ପ୍ରଧାନ ଶିକ୍ଷକ ମିହିର କୁମାର ବିଶ୍ଵାଳ, ରତିକାନ୍ତ ଦାଶ, ପ୍ରଫୁଲ୍ଲ କୁମାର ସୁତାର,ପ୍ରଜ୍ଞାରାଣୀ ଦାସ,ରୋଜି ବେହେରା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞୟ କୁମାର ସାମଲ ଦିବସର ମହାତ୍ମ୍ୟ ଓ ଜୁନିଅର ରେଡ଼କ୍ରସର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଛାତ୍ରୀ ସୋନାଲି ନାୟକ ଧନ୍ୟବାଦ୍ ଦେଇଥିଲେ। ପିତାମ୍ବର ରାଉତ, ଅନୁପ କୁମାର ପରିଡ଼ା, ଗାୟତ୍ରୀ ପରିଡ଼ା, ଅନୁଷ୍କା ବିଶ୍ଵାଳ,ପାୟଲ ମହାନ୍ତି,ଯାଜ୍ଞସେନି ବାରିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



