କଟକ: ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାରାଦୀପ ବନ୍ଦରରୁ ଗନ୍ତବ୍ୟସ୍ଥଳକୁ ଯାଇ ପାରିବ ପାନାମା କାର୍ଗୋ ଜାହାଜ ।
ପାନାମାରେ ପଞ୍ଜିକୃତ ଜାହାଜ ଏମଭି ଟେଲେରୀ ଏମକୁ ଗତ ଶନିବାର ହାଇକୋର୍ଟ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବଙ୍କର ଫୁଏଲ ବାବଦରେ ବକେୟା ଅର୍ଥ ପୈଠ ନକରିଥିବା ଅଭିଯୋଗରେ ଜିଓସର୍ଭ ଏନର୍ଜି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାର ଆବେଦନ ଶୁଣାଣି କରି ହାଇକୋର୍ଟ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।କିନ୍ତୁ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥର ପାରାଦୀପରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇପାରିବ ଏମ୍ଭି ଟେଲେରି ଏମ୍ କାର୍ଗୋ ଜାହାଜ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


