ଦ୍ରୁତଗାମୀ ଯାତ୍ରୀବାହି ବସ୍ ଧକ୍କାରେ ବାଇକ୍ ଚାଳକ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ର ନୂଆହତା ଗ୍ରାମ ପଞ୍ଚାୟତ ୫୫ ନମ୍ବର ଜାତୀୟ ରାଜପଥ ରେ ଶ୍ରୀ ଲକ୍ଷ୍ମି ନାମକ ଏକ ଦ୍ରୁତଗାମୀ ଯାତ୍ରୀବାହି ବସ୍ ଧକ୍କାରେ ବାଇକ୍ ଚାଳକ ଗୁରୁତ୍ତର ହୋଇ ଚିକିତ୍ସାଳୟରେ ଭର୍ତି ହୋଇଛି। ଗୁରୁତ୍ତର ବାଇକ ଚାଳକ ଜଣଙ୍କ ହେଲେ ହିନ୍ଦୋଳ ବ୍ଲକ ବାଙ୍କୀଡି ଗ୍ରାମର ବିପ୍ରବର ଦେହୁରୀଙ୍କ ୨୬ ବର୍ଷୀୟ ପୁଅ ବିଶ୍ୱରଞ୍ଜନ ଦେହୁରୀ। ବିଶ୍ୱରଞ୍ଜନ ଟାଟା ଷ୍ଟିଲ୍ ମେରାମଣ୍ଡଳି କାରଖାନା ର ଇଟ୍ରାନ୍ସ ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଆଜି ସକାଳ ସମୟରେ ‘ଏ’ ସିଫ୍ଟ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ଅନୁଗୋଳ ରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା OD 05AG 5475 ଶ୍ରୀ ଲକ୍ଷ୍ମି ନାମକ ଦ୍ରୁତଗାମୀ ଯାତ୍ରୀବାହୀ ବସ ବାଇକ ନମ୍ଵର୍ OD19S 6114 କୁ ପଛ ପାଖରେ ଧକ୍କା ଦେଇଥିଲା। ସୌଭାଗ୍ୟବସତଃ ବାଇକ୍ ଚାଳକ ରାସ୍ତା ପାର୍ଶ୍ଵ ରେ ଛିଟିକି ପଡିଥିଲେ କିନ୍ତୁ ଦ୍ରୁତଗାମୀ ବସ ବାଇକ କୁ ପ୍ରାୟ ୨୦୦ ଫୁଟ ପର୍ଯ୍ୟନ୍ତ ଘୋଷାରି ନେଇଯାଇଥିଲା। ବାଇକ ଆରୋହୀ ଗୁରୁତ୍ତର ଅବସ୍ଥାରେ ରାସ୍ତା ରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ନିକଟରେ ଥିବା ବେସରକାରୀ ଚିକିତ୍ସାଲୟ ରେ ଭର୍ତି କରାଇଥିଲେ।



