*ଦୁଷ୍କର୍ମପୀଡିତାଙ୍କ ପରିବାରକୁ ଭେଟିଲେ ବିଧାୟିକା ସୋଫିଆ ଓ ଟିମ*
ଓଡିଶାରେ ମହିଳାସୁରକ୍ଷା ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ,ରାଜ୍ୟସରକାରଙ୍କ ବିଫଳତା-ସୋଫିଆ
ଜନସାଧାରଣଙ୍କ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁଇଦିନତଳେ ଦୁଷ୍କର୍ମ ଶିକାର ନାବାଳିକା ଶିଶୁର ପରିବାରକୁ ଆଜି ଭେଟିଛନ୍ତି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ। ବରିଷ୍ଠ କଂଗେସ ନେତା ପୂର୍ବତନମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, ପୂର୍ବତନ ବିଧାୟକ ସୁଜିତ ପାଢ଼ୀ, ଜିଲ୍ଲାସଭାପତି ସୁନୀଲ ଦାସ,ଛବିରାଜ ବିଶ୍ୱାଳ,ସତ୍ୟଜିତ ଗମାଙ୍ଗ,ଗୋବର୍ଦ୍ଧନ ଶେଖର ନାଏକ,ରାଜ୍ୟ ମହିଳାକଂଗ୍ରେସ ନେତ୍ରୀ ସସ୍ମିତା ବେହେରା, ଗିରିବାଳା ବେହେରା, ଲିପିକା ମାଝୀ ପ୍ରମୁଖ ବରିଷ୍ଠନେତା ଆଜି ହିନ୍ଦୋଳରେ ପୀଡିତାଙ୍କ ପରିବାରକୁ ଭେଟି ସମସ୍ତ ଘଟଣା ଅବଲୋକନ କରି ସମବେଦନା ଜଣାଇବାସହ ଦଶହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ। ଏଥିସହ ସ୍ଥାନୀୟ ପୋଲିସସହ ଆଲୋଚନା କରିବାସହ ଅନୁଗୋଳ ଡାକ୍ତରଖାନରେ ପୀଡିତା ଶିଶୁକୁ ଭେଟିଥିଲେ। ତେବେ କଂଗ୍ରେସ ନେତୃମଣ୍ଡଳୀ ରାଜ୍ୟସରକାରଙ୍କ ଉପରେ ବର୍ଷୀବାସହ କହିଥିଲେ ହିନ୍ଦୋଳ ଉପଖଣ୍ଡରେ ଦିନକୁଦିନ ଅପରାଧ ବଢ଼ିବାରେ ଲାଗିଛି, ରାଜ୍ୟରେ ସରକାର ମହିଳା ଓ ଶିଶୁ ନିର୍ଯ୍ୟାତନା ରୋକିବାରେ ବିଫଳ ହେବାସହ ଅପରାଧୀଙ୍କୁ ଘଣ୍ଟଘୋଡାଇବାକୁ ଚେଷ୍ଟା କରୁଛନ୍ତି ଯାହାକୁ କଂଗ୍ରେସ ବରଦାସ୍ତ ନକରି ରାଜରାସ୍ତାକୁ ଉଲ୍ହାଇଵ ନ୍ୟାୟପାଇଁ। ତେବେ ହିନ୍ଦୋଳ ଘଟଣାରେ କାହିଁକି ଢେଙ୍କାନାଳଜିଲ୍ଲା ହସ୍ପିଟାଲରେ ପୀଡିତାକୁ ଚିକିତ୍ସା ନକରାଇ ଅନଗୁଳରେ କରାଗଲା, କାହିଁକି ତୁରନ୍ତ ଏଫଆଇଆର କରାନଯାଇ ଚିକିତ୍ସାପରେ କରାଗଲା ବୋଲି ପ୍ରଶ୍ନ କରିଛି ଟିମ।ତେବେ ମୋଟଙ୍ଗା ଥାନା ଵଦାଳୋ ଅଞ୍ଚଳର ଅଭିଯୁକ୍ତ ଶିବରାମ ସାହୁ ଶାଳୀକୁ ଦୁଷ୍କର୍ମ ଅଭିଯୋଗରେ ୩ବର୍ଷ ଜେଲ ଯାଇଥିବା ଓ ଅନେକ ଅପରାଧିକ ମାମଲା ଥିବା ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡିବା ସହ ତାକୁ କଠୋର ପୋକ୍ସ ଆଇନ ଲଗାଇ ଦଣ୍ଡବିଧାନ, ପୀଡିତାର ଉପଯୁକ୍ତ ଚିକିତ୍ସା,ତାର ଶ୍ରମିକ ପରିବାରକୁ ଥଇଥାନ, କ୍ଷତିପୂରଣ ଓ ସୁରକ୍ଷା ଦାବି କରିଛନ୍ତି କଂଗ୍ରେସ ନେତୃମଣ୍ଡଳୀ। ହିନ୍ଦୋଳ ଜନସାଧାରଣ ମଧ୍ୟ ଦୋଷୀକୁ ଦୃଷ୍ଟାନ୍ତମୁଲଜ କଠୋର ଦଣ୍ଡବିଧାନ ସହ ପରିବାର ଥଇଥାନପାଇଁ ରାଜ୍ୟସରକାର, ମହିଳା ଶିଶୁକଲ୍ୟାଣ କମିଶନ, ମାନବାଧିକାର କମିଶନ,ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି



