Spread the love

ରୁଚିଦା ହାଇସ୍କୁଲରେ ଗୋଷ୍ଠୀ ଓ ବିଦ୍ୟାଳୟର ସମନ୍ଵୟ ବୈଠକ

ବରଗଡ:୨୧/୪(ପବିତ୍ର ମେହେର) ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ରୁଚିଦାରେ ଗୋଷ୍ଠୀ ଓ ବିଦ୍ୟାଳୟର ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚସଖା ଶିକ୍ଷା ସେତୁର ଅଧ୍ୟକ୍ଷ ଜୟ ପ୍ରକାଶ ବେହେରା, ଶିକ୍ଷାବିତ୍ ଯୋଗେଶ ଚନ୍ଦ୍ର ପଧାନ ଓ ପୂର୍ବତନ ଶିକ୍ଷକ ଜଳନ୍ଧର ପଧାନ ଯୋଗ ଦେଇଥିଲେ।ବୈଠକରେ ବିଗତ ଶିକ୍ଷା ବର୍ଷର ସମାପ୍ତିସୂଚକ ଆକଳନ, ଶୈକ୍ଷିକ କ୍ୟାଲେଣ୍ଡର, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ପିଲାମାନଙ୍କ ଶିକ୍ଷଣ ବୃଦ୍ଧି ନିମନ୍ତେ ଗ୍ରୀଷ୍ମବକାଶରେ ଗୃହକାର୍ଯ୍ୟ, ଅଂଶୁଘାତ ପ୍ରତି ସାବଧାନତା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଯୋଗ ଦେଇଥିବା ବେଳେ ସେମାନଙ୍କଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ଆହ୍ଵାନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁବୋଧ ସାହୁ,ହରବଲ୍ଲଭ ପ୍ରଧାନ, ପ୍ରଭାତ କୁମାର ନାୟକ, ତରଣୀସେନ୍ ପଧାନ ,ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର,ମେନକା ସୁନା ଓ ତନୟା ଡନସନା,ସବିତା ଦେହେରୀ ଓ ପୁଷ୍ପାଙ୍ଗିନୀ ଭୁଏ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *