ଗୋଚର ଜାଗାରେ ବେଆଇନ ରାସ୍ତା ନିର୍ମାଣ ନେଇ ଅଭିଯୋଗ
ଅନୁଗୋଳ:ଅନୁଗୋଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ଗ୍ରାମବାସୀ ଆଜି ଅଭିଯୋଗ କରିଛନ୍ତି କି ୨୦୨୨ ମସିହାରୁ ତାଙ୍କ ଗ୍ରାମରେ ଥିବା ଗୋଚର ଜମିରେ ବେଆଇନ ଜମି ଜବର ଦଖଲ ଉଚ୍ଛେଦ କରା ଯାଇଛି। ଏଥିରେ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଜଣାଇଥିଲେ। କିନ୍ତୁ ଗ୍ରାମର ଗୋଚର ଜମିରେ ଥିବା କାଜୁ ବଗିଚା ମଧ୍ୟରେ ଏକ ଶିକ୍ଷାନୁଷ୍ଠାନ ରହିଛି। ଶିକ୍ଷାନୁଷ୍ଠାନ ର ଚେୟାର ମ୍ୟାନ ତହସିଲ୍ ଦାରଙ୍କୁ ଧରି ଉଚ୍ଛେଦ କରା ଯାଇଥିବା ଜାଗାରେ ରାସ୍ତା ତିଆରି କରୁଛନ୍ତି। ଯାହା ଫଳରେ ଏନେଇ ଗ୍ରାମବାସୀ ମାନେ ତହସିଲ୍ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗ ର ସମସ୍ୟା ସମାଧାନ ନ କଲେ ରାଜରାସ୍ତା କୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।ଅନୁଗୋଳ ରୁ ସୁଧାକର ସାହୁ



