Spread the love

ପୂରୀ: ଜମ୍ମୁ କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ହାଇଆଲର୍ଟରେ ସମଗ୍ର ଭାରତ । ଦେଶର ମୁମ୍ବାଇ, ଦିଲ୍ଲୀ ଭଳି ପ୍ରମୁଖ ସହର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗତକାଲି ଦେଶର ସମସ୍ତ ପ୍ରମୁଖ ରେଳ ଷ୍ଟେସନଗୁଡିକ ସହ ଭୁବନେଶ୍ବର ରେଳ ଷ୍ଟେସନରେ ମଧ୍ୟ ଫ୍ଲାଗ୍ ମାର୍ଚ୍ଚ ସହ ଲୋକଙ୍କୁ ସତର୍କ କରାଯାଇଛି ।

ଏନେଇ ଆଜି ରାଜ୍ୟରେ ଉପକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ବୋଟ୍ ଯୋଗେ ସାମୁଦ୍ରିକ ଥାନା ପୋଲିସ ଓ ନାଭାଲ କର୍ମଚାରୀଙ୍କ ସହଯୋଗରେ ଦେବୀ ନଦୀ ମୁହାଣ ଏବଂ ସାମୁଦ୍ରିକ ପଥ ମଧ୍ୟରେ ପାଟ୍ରୋଲିଂ କରାଯାଉଛି ।ପାଟ୍ରୋଲିଂ ସମୟରେ ପୋଲିସ କର୍ମଚାରୀମାନେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀ ଓ ସେମାନଙ୍କ ପରିଚୟପତ୍ରକୁ ଯାଞ୍ଚ କରୁଛନ୍ତି । କୌଣସି ଅଚିହ୍ନା ଲୋକଙ୍କୁ ନଦୀ କିମ୍ବା ସମୁଦ୍ରରେ ଦେଖିଲେ ସାମୁଦ୍ରିକ ଥାନାକୁ ସୂଚନା ଦେବାକୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।ସେହିପରି, ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯିବା ବେଳେ ଆଧାର କାର୍ଡ ସାଙ୍ଗରେ ନେଇ ଯିବାକୁ ପୋଲିସ କର୍ମଚାରୀ ମାନେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *