କେନାଲରେ ବୁଡ଼ି ଯୁବକ ମୃତ
ତାଳଚେର, ୦୪- ୦୫/୦୫ ଆଜି ମଧ୍ୟାହ୍ଣ ସମୟରେ ଟଙ୍କଧର କିଷାନ୍ (୩୭) ତାଳଚେର ରେଙ୍ଗାଳି ଦକ୍ଷିଣ କେନାଲକୁ ଗାଧୋଇବାକୁ ଯାଇ ସେଠାରେ ବୁଡ଼ି ଯାଇଥିଲା । ସେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଂଚଳରୁ ବୋଲି ଜଣାପଡ଼ିଛି । ସେ ଏଠାରେ ଦୀୀର୍ଘର୍ଷ ହେବ ରହି ରାଜମିସ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ । ଏହି ଘଟଣା ପ୍ରଚାରିତ ହେବାପରେ ତାଳଚେର ଅଗ୍ନିଶମ ବିଭାଗ ସେଠାରେ ପଂହଚି ବହୁ ଖୋଜାଖୋଜି କରିବାପରେ ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନରୁ ହାଣ୍ଡି, ଡ଼େକଚି, ବ୍ୟାଗ ପଡ଼ିଥିଲା । ତାଙ୍କ ଭାଇ କେହି ତାକୁ ମାରି କେନାଲରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି । ସେ କେବଳ ଅନ୍ତଃବସ୍ତ୍ର ଖଣ୍ଡେ ପିନ୍ଧିଥିବା ଦେଖାଯାଇଥିଲା । ଅଗ୍ନିଶମ ବିଭାଗ ମୃତଦେହକୁ ଉଦ୍ଧାର କରି ପୋଲିସକୁ୍ ହନ୍ତାନ୍ତର କରଛି । ପୋଲିସ୍ ତାଳଚେର ମଣ୍ଡପାଳ ଡ଼ାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।



