ରାସ୍ତା ନିର୍ମାଣକୁ ପ୍ରତିବାଦ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
ସଦର ବ୍ଲକ୍ ଅନ୍ତର୍ଗତ ତାଳବରକୋଟ ଗ୍ରାମପଞ୍ଚାୟତ ର ୱାର୍ଡ ନଂ-୩ କୁ ଯିବାଆସିବା ପାଇଁ ରାସ୍ତା ନିର୍ମାଣ କରାଯାଉଥିବା ସମୟରେ ସ୍ଥାନୀୟ ଜନୈକ ବ୍ୟକ୍ତି ପ୍ରତିବାଦ କରୁଥିବାକୁ ନେଇ ବସ୍ତି ବାସୀନ୍ଦା ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରାଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ତାଳବରକୋଟ ସରପଞ୍ଚ ଉକ୍ତ ଓ୍ବାର୍ଡ ନଂ-୩ ବସ୍ତି ପାଇଁ ଏକ ପକ୍କା ରାସ୍ତା ନିର୍ମାଣ କରୁଥିବା ସମୟରେ ସ୍ଥାନୀୟ ବାସୀନ୍ଦା ହକାମତ ଖାଁ, ପିତା ଇଷାଉଦ୍ଦିନ ଖାଁ ଉକ୍ତ କାର୍ଯ୍ୟକ ବନ୍ଦ କରିଛନ୍ତି । ସେ କହିବା ଅନୁଯାୟୀ ଯେଉଁ ଜମିରେ ରାସ୍ତା ନିର୍ମାଣ ହେଉଛି ସେହି ଜମିଟି ତାର ନିଜସ୍ଵ ଜମି ବୋଲି ମାଣିପୁର ଆର୍.ଆଇ. ତାଙ୍କୁ ଚିହ୍ନଟ ଦେଇଛନ୍ତି । କିନ୍ତୁ ସାହି ବାସୀନ୍ଦା କହିବା ଅନୁଯାୟୀ ଉକ୍ତ ଜମିଟି ମୌଜା-ତାଳବରକୋଟ, ପ୍ଲଟ୍ ନଂ-୪୧୫୦ । ଏହା ଭୂମିହୀନଙ୍କ ପାଇଁ ସରକ୍ଷିତ ରହିଛି। ଏହି ପ୍ଲଟ୍ରେ ଆମ୍ଭଙ୍କୁ ରାସ୍ତା ଦିଆ ନଯାଇ କିପରି ସେ ବ୍ୟକ୍ତିଙ୍କୁ ମାଣିପୁର ଆର୍.ଆଇ. ଚିହ୍ନଟ ଦେଇ ହସ୍ତାନ୍ତର କଲେ, ଏହାକୁ ନେଇ ତଦନ୍ତ କରାଯାଉ ଏବଂ ବସ୍ତି ବାସୀନ୍ଦାଙ୍କୁ ରାସ୍ତ ନିର୍ମାଣ କରିବା ପାଇଁ ଆଦେଶ ଦେବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । ଉତର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି ଯେ, ତହସିଲଦାର ଯାଇ ଜମିର ତଦାରଖ କରିବେ । ଏହି ଅଭିଯୋଗ ପ୍ରଦାନ ସମୟରେ ସରପଞ୍ଚ ଙ୍କ ପ୍ରତିନିଧ ଦେବାଶିଷ ଜେନା, ବସ୍ତିବାସୀନ୍ଦା ନଇମୁଲ୍ ହକ୍ ଖାନ୍, ପୂଜା ନାଏକ, ମଞ୍ଜ ନାଏକ, ଚୁଲୁବୁଲି ନାଏକ, ମମତା ନାଏକ, ବାସନ୍ତି ନାଏକ, ରିନା ନାଏକ, ବାନା ନାଏକ ଓ ସମି ନାଏକଙ୍କ ସମେତ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।



