ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଉତ୍ତେଜନା ବଢିବାରେ ଲାଗିଛି । ଏପଟେ ପଡ଼ୋଶୀ ଦେଶ ପାକିସ୍ତାନର ଭୟ ସ୍ପଷ୍ଟ ଭାବରେ ଦେଖାଯାଉଛି। ସୂତ୍ର ଅନୁସାରେ, ପାକ୍ ସେନାର ପ୍ରାୟ ୩୦୦ ଲଢ଼ୁଆ ବିମାନ ଭାରତୀୟ ସୀମା ନିକଟରେ ମୁତୟନ ହୋଇଛି । ଭାରତର ପ୍ରସ୍ତୁତିକୁ ଦେଖି ପାକିସ୍ତାନ ଭୟରେ ଭାରତ ସୀମା ନିକଟରେ ଥିବା ବାୟୁସେନା ଘାଟିଗୁଡ଼ିକରେ ୩୦୦ରୁ ଅଧିକ ଯୁଦ୍ଧ ବିମାନ ମୁତୟନ କରିଛି ।
ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ। ଭାରତ ପକ୍ଷରୁ ଆକ୍ରମଣର ସମ୍ଭାବନା ରହିଛି। ଭାରତର ଆମ ଅଞ୍ଚଳ ଦଖଲ କରିବାର ରଣନୀତି ବହୁତ ମହଙ୍ଗା ପ୍ରମାଣିତ ହେବ ବୋଲି କହିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆଉ ଏକ ଧମକ ଦେଇ କହିଛନ୍ତି ଯେ, ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ସାହସ କରେ ତେବେ କାହାକୁ ମଧ୍ୟ ଛଡ଼ାଯିବ ନାହିଁ। ପାକିସ୍ତାନର ସୁରକ୍ଷାକୁ ବିପଦରେ ପକାଇବା ପାଇଁ ଯେକୌଣସି ପ୍ରକାରର ଆକ୍ରମଣ କିମ୍ବା ପ୍ରୟାସ କଲେ ଦେଶ ପକ୍ଷରୁ ଏକ ଦୃଢ଼ ଏବଂ ଐତିହାସିକ ଜବାବ ଦିଆଯିବ। ପାକିସ୍ତାନୀ ଚ୍ୟାନେଲ ସମା ଟିଭିରେ ଏକ ସାକ୍ଷାତକାର ସମୟରେ ସେ ଏପରି କହିଥିଲେ।ଆସିଫ୍ ଏବେ ର ପରିସ୍ଥିତିକୁ ଗାଜାରେ ଇସ୍ରାଏଲ ସାମରିକ ଆକ୍ରମଣ ସହିତ ତୁଳନା କରିଥିଲେ । କହିଥିଲେ ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ତାଙ୍କ ସହଯୋଗୀମାନେ ସମାନ ମାନସିକତା ବ୍ୟବହାର କରୁଛନ୍ତି।ଖୱାଜା ଆସିଫ ଆହୁରି କହିଛନ୍ତି ଯେ, ଯଦି ଭାରତ ପାଣି ବନ୍ଦ କରିବା ପାଇଁ ଢାଞ୍ଚା ନିର୍ମାଣ କରେ, ତେବେ ଆମେ ସେଗୁଡ଼ିକୁ ଧ୍ୱଂସ କରିଦେବୁ। ଆସିଫ୍ କହିଥିଲେ, ଯଦି ଭାରତ ସରକାର ପାକିସ୍ତାନର ପାଣି ବନ୍ଦ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ଏଥିରେ ବୁଡ଼ିଯିବେ।



