ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଖରାପ ସମୟ ଦେଇ ଗତି କରୁଛି । ଆକ୍ରମଣ ପରେ, ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଏହା ଉପରେ ଅନେକ କଟକଣା ଲଗାଇଛି । ତେବେ ଗତକାଲି ବୁଧବାର ଦିନ, ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ପାକିସ୍ତାନକୁ ବିପୁଳ କ୍ଷତି ପହଞ୍ଚାଇଥିଲା । ଏବେ ବଲୋଚ୍ ଲୋକମାନେ ମଧ୍ୟ ପାକିସ୍ତାନକୁ ଗଭୀର ଆଘାତ ଦେଇଛନ୍ତି ।
ବାଲୁଚ୍ ଲିବରେସନ ଆର୍ମି ଏକ IED ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ୧୨ ଜଣ ପାକ୍ ସେନାଙ୍କ ମୃତ୍ୟୁ ହୋଇଛି ।ବାଲୁଚ୍ ଲିବରେସନ ଆର୍ମିର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ୱାଡ୍ (STOS) ବୋଲାନର ମାଚ୍ କୁଣ୍ଡ ଅଞ୍ଚଳରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ସାହାଯ୍ୟରେ ଏକ ବଡ଼ ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ପାକିସ୍ତାନୀ ସେନାର ଗାଡ଼ିକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ୧୨ ଜଣ ସେନାଙ୍କ ମୃତ୍ୟୁ ହୋଇଛି । ଯବାନମାନେ ଏକ ସାମରିକ ଅଭିଯାନ ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା ।#BREAKING: Baloch Liberation Army’s Special Tactical Operations Squad (STOS) targeted a Pakistan Army vehicle in a remote controlled IED attack in Mach Kund Area of Bolan, while they were preparing military operation. 12 Pakistan Army soldiers neutralised by BLA. pic.twitter.com/2nd3Z9mo9D— Aditya Raj Kaul (@AdityaRajKaul)ଆକ୍ରମଣର ଫୁଟେଜ୍ ଏବେ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଫୁଟେଜରେ ଦେଖାଯାଉଛି ଯେ ବିସ୍ଫୋରଣ ପରେ, ଗାଡ଼ିରେ ବସିଥିବା ଯବାନମାନେ ଆକାଶରେ କିଛି ମିଟର ଉପରକୁ ଉଡ଼ିଥିଲେ । ଏହାପରେ ସେମାନଙ୍କ ଶରୀର ମଧ୍ୟ ଖଣ୍ଡ ଖଣ୍ଡ ହୋଇ ତଳେ ପଡିଥିଲା ।ଆକ୍ରମଣ ପରେ, ପାକିସ୍ତାନୀ ସେନା କହିଛି ଯେ ବାଲୁଚ୍ ଲିବରେସନ ଆର୍ମିର ଆତଙ୍କବାଦୀମାନେ ମାଚ୍ ଅଞ୍ଚଳରେ ବିସ୍ଫୋରକ ସହିତ ସୁରକ୍ଷା ବାହିନୀର ଏକ ଗାଡ଼ିକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ ସେନାର ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସେନା ପକ୍ଷରୁ କୁହାଯାଇଥିଲା । ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି ।



