ଶ୍ରୀଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ ଦ୍ବୀପ ଦାନ
ଢେଙ୍କାନାଳ ଜିଲ୍ଲା ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପହଲଗାମ ଠାରେ ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଆଜି ଶନିବାର ସନ୍ଧ୍ୟାରେ ଭାବାବେଗ ପୂର୍ଣ ଶ୍ରଦ୍ଧାଞ୍ଜଳି ଓ ଦ୍ଵୀପ ଦାନ କରାଯିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସମସ୍ତ ମୃତକଙ୍କ ଅମର ଆତ୍ମାର ଶାନ୍ତି ଓ ଗୁରୁତର ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ବାଜିଚୌକସ୍ଥିତ ସହୀଦ ବାଜି ରାଉତଙ୍କ ପୀଠ ଠାରେ ଦ୍ବୀପ ଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ରୁଦ୍ରାନ୍ତ କୁମାର ଦଳେଇ, ସଂପାଦକ ସାଗିର୍ ମହମ୍ମଦ, ବରିଷ୍ଠ ସଭ୍ୟ ପ୍ରଶାନ୍ତ ଜେନା, ସରୂପାନନ୍ଦ ଦାସ, କାଳିଆ ସେଠୀ, ବଂଶୀଧର ସେଠୀ, ମନୋଜ ମହାଳିକ, ବିଶିଷ୍ଟ ସମାଜସେବୀ ଆଡଭୋକେଟ୍ ସାଇଶ୍ରୀ ପଟ୍ଟନାୟକ, ସଦାଶିବ ମହାପାତ୍ର, ଶ୍ରୀପତି ରାଜ, ନୟନା ନାୟକ, ବଳରାମ ଭଟ୍ଟ, ଚିତରଞ୍ଜନ ସାହୁ, କାହ୍ନୁ ଦଳେଇ, ଦୁଷ୍ମନ୍ତ ମହାନ୍ତି, ଅଥାନୀ ସାହୁ, ଅଶୋକ ସାହୁଙ୍କ ସମେତ ଶତାକ ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ । ବର୍ତମାନ ଚାଲିଥିବା ଭାରତ-ପାକିସ୍ତାନ ‘ଅପରେସନ୍ ସିନ୍ଦୂର’ରେ ସହୀଦ ହୋଇଥିବା ବୀର ସୈନିକମାନଙ୍କ ପାଇଁ ମଧ୍ୟ ଶ୍ରଦ୍ଧାଞ୍ଜଳି ଓ ଦ୍ବୀପ ଦାନ କରାଯାଇଥିଲା । ସମସ୍ତେ ଏକତ୍ରିତ ହୋଇ ‘ଭାରତ ମାତା କୀ ଜୟ’ ଏକ ସରରେ ନାରା ଦେଇଥିଲେ ।



