ଆଞ୍ଚଳିକ ଦଲାଲଙ୍କ ନଜରରେ ଜଙ୍ଗଲଜମି, ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦକଲା ବଡ଼ବିଲ ବନବିଭାଗ

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ରେ ଥିବା ବଡ଼ବିଲ ବନାଞ୍ଚଳ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଜମି ମାଫିଆ ମାନଙ୍କ ଲଲୁପ ଦୃଷ୍ଟି ପଡ଼ିଲାଣି। ଯାହାକି ଦେଖାଯାଇଥିଲା ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ପନ୍ଦର କୁ ଲାଗିରହିଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କିଛି ଆଞ୍ଚଳିକ ଦଲାଲ୍ ଙ୍କ ସହାୟତାରେ ଜଙ୍ଗଲ ଜମିରେ ଅବୈଧ ଭାବରେ ଘର ନିର୍ମାଣ କରାଯାଉଥିବା ବେଳେ ଏହା ଉପରେ ବଡ଼ବିଲ ବଡ଼ବିଲ ବନବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ବଡ଼ବିଲ ରେଞ୍ଜର ସଞ୍ଜୀବ ରାଉତ୍ ଙ୍କ ନିର୍ଦ୍ଦେଶକ୍ରମେ ଜଣେ ଫରେଷ୍ଟର ଓ ପନ୍ଦର ରୁ କୋଡ଼ିଏ ଜଣ ଫରେଷ୍ଟ ଗାର୍ଡ ଆଜି ଏହିଭଳି ଏକ ଜଙ୍ଗଲ ଜମିରୁ ଜବର ଦଖଲ ଉଚ୍ଛେଦ କରିବା ସହ ନିର୍ମାଣ କରାଯାଇଥିବା ଘରକୁ ଭାଙ୍ଗି ତାଙ୍କ ସରକାରୀ ଏକଗାଡ଼ିରେ ସେସବୁ ଜିନିଷପତ୍ରକୁ ସିଜ୍ କରି ନେଇଥିବା ଦେଖିବାକୁ ମିଳିଥିଲା। ଯାହାକି ସୂଚନା ରହିଛି ବିଭିନ୍ନ ସମୟରେ କିଛି ଆଞ୍ଚଳିକ ଦଲାଲ୍ ଏହିସବୁ ଜଙ୍ଗଲ ଜମି ଓ ସରକାରୀ ଜମିକୁ ବିକ୍ରି କରି ମାଲେମାଲ ହେଇଛନ୍ତି, ଯାହା ଉପରେ ବନବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଥିବା ନେଇ ସୂଚନା। ଏବଂ ଆଗାମୀ ସମୟରେ ଆବଶ୍ୟକ ସ୍ଥଳେ ଏହିଭଳି ଜମି ମାଫିଆ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ରହିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



