ଆୟୁର୍ବେଦିକ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି ନିମନ୍ତେ ଗେଙ୍ଗୁଟିଆ ଗ୍ରାମ ପଂଚାୟତର ଅବାସୀମାନେ ସାସ୍ଥ୍ୟ ବିଭାଗକୁ ଦରଖାସ୍ତ ପ୍ରଦାନ
ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମପଂଚାୟତର ଅଧୁବାସୀମାନେ ଆୟୁର୍ବେଦିକ୍ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନିଯୁକ୍ତି ନିମନ୍ତେ ଓଡିଶା ସାସ୍ଥ୍ୟ ବିଭାଗଙ୍କୁ ଏକ ଦରଖାସ୍ତ ମାଧ୍ୟମରେ ଅବଗତ କରାଇଛନ୍ତି । ପ୍ରକାଶ ଯେ, ୧୯୯୧ ମସିହାରୁ ଏକ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ରେଙ୍ଗୁଟିଆ ଗ୍ରାମପଂଚାୟତରେ ଚାଲୁଆସୁଥିଲା । ଏହାଦ୍ୱାରା ଆଖପାଖ ଅଂଚଳର ପ୍ରାୟ ୯ଟି ଗ୍ରାମର ଅଧିବାସୀମାନେ ଏହା ଉପରେ ନିର୍ଭ କରି ଚିକିତ୍ସିତ ହୋଇ ଉପକୃତ ହେଉଥିଲେ । ପ୍ରାୟ ୮ ବର୍ଷ ପୂର୍ବରୁ ଜଣେ ଡାକ୍ତରଙ୍କ ଅବସର ପରେ ସ୍ଥାୟୀ ଭାବେ ପାଇଥୁବା ଡାକ୍ତର ଚନ୍ଦନ କୁମାର ମହାଳିକ ନିଯୁକ୍ତି ପାଇଥିଲେ । ରକ୍ତ ଡାକ୍ତର ଯେକୌଣସି ସମୟରେ ଅଂଚଳବାସୀଙ୍କୁ ଉତମ ଚିକିତ୍ସା ଯୋଗାଇ ଦେଉଥିଲେ । କରୋନା ସମୟରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ତା’ ପରଠାରୁ ଚଳଚଂଚଳ ଥିବା ଏହି ଡାକ୍ତରଖାନାଟି ଖାଲି ପଡି ଭୂତକୋଠି ପାଲଟି ଯାଇଥିଲା । ତା’ପରେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଡାକ୍ତର ଚନ୍ଦନ କୁମାର ମହାଳିକଙ୍କୁ ମାତ୍ର ଦୁଇ ଦିନ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା, ଯାହା ଅଂଚଳବାସୀଙ୍କ ପାଇଁ ବହୁ ଆସୁବିଧା ହେଉଅଛି । ଯାହାକି ଲୋକମାନେ ଫେରି ଯାଇଛନ୍ତି ଓ ବୟସ୍କ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ତେଣୁ ଗେଙ୍ଗୁଟିଆ ଗ୍ରାମପଂଚାତର ଅଧିବାସୀମାନେ ଡାକ୍ତର ଚନ୍ଦନ କୁମାର ମହାଳିକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସାସ୍ଥ୍ୟ ବିଭାଗକୁ ଏକ ଦରଖାସ୍ତ ମାଧ୍ୟମରେ ସ୍ଥାନୀୟ ସରପଂଚ କୈଳାସ ଚନ୍ଦ୍ର ଦେହୁରୀ, ଓକ୍ୱାର୍ଡ ମେମ୍ବର ପ୍ରଦୀପ କୁମାର ମଲ୍ଲିକ, ଗ୍ରାମ ସଭାପତି ରମେଶ ଚନ୍ଦ୍ର ରାଉତ, ସଂପାଦକ ନବ କିଶୋର ସାହୁ, ସାମାଜିକ କର୍ମୀ ନିତ୍ୟାନନ୍ଦ ମଲ୍ଲିକ, ମଙ୍ଗୁଳି ଚରଣ ରାଉତ, ଶାନ୍ତିଲତା ସାମଲ, ଚିନ୍ମୟ ମଲ୍ଲିକ, ଅସିତ୍ କୁମାର ସାଇଁ, ସତ୍ୟବତୀ ସାହୁ, ପରିକ୍ଷିତ ସାହୁ, ପ୍ରଭାକର ସାହୁ ପ୍ରମୁଖ ଅନୁରୋଧ କରିଛନ୍ତି ।



