ଶ୍ରୀଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ ଅନୁଷ୍ଠିତ

___ ନୁଆବଜାର ନୁଆସାହି ତିନିଘରିଆ ର ରାସମଣ୍ଡଳୀ ସମିତୀର ଶ୍ରୀଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କଥାମୃତ ପଞ୍ଚମ ବର୍ଷରେ ପଡ଼ି ଷଷ୍ଠ ବର୍ଷରେ ଚାଲିଲା । ଏହି କଥାମୃତ କଟକର ନୁଆସାହି ତିନିଘରିଆର ରାସମଣ୍ଡଳି ସମିତି ପକ୍ଷରୁ ପ୍ରତିବର୍ଷ ମହାସମାରୋହରେ ପାଳିତ ହୁଏ। ଏହି କଥାମୃତ ୯ ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ସଂଧ୍ୟାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ବିଦ୍ୱାନ ମାନେ ଆସି ଶ୍ରାଜଗନ୍ନାଥ କଥାମୃତ ଉପରେ ଆଲୋଚନା କରିଥାନ୍ତି।ଏହାକୁ ଶୁଣୀବା ଓ ଦେଖିବାକୁ ପୋତାପୋଖରି,ନୁଆ ବଜାର, ଚାଉଳିଆଗଞ୍ଜ,ମହାନଦୀ ବିହାର, ଶିଖରପୁର,ଗଣ୍ଡଳପୁର ଆଦିସ୍ଥାନରୁ ବିପୁଳ ସଂଖ୍ୟାରେ ଯୋଗ ଦେଇଥାନ୍ତି।ଏହି କଥାମୃତ କାର୍ଯ୍ୟକ୍ରମ ପଞ୍ଚମ ବର୍ଷ ପୁରି ଷଷ୍ଠ ବର୍ଷରେ ଚାଲିଲା। ଏହି କଥାମୃତ କାର୍ଯ୍ୟକ୍ରମ ରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ।ପ୍ରବଚକଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ଦାସ ଓ ପଶ୍ରୁରାମ ଓଝା ପ୍ରତ୍ୟେକ ସଂଧ୍ୟାରେ ପ୍ରବଚନ ଦେଇଥାନ୍ତି।ଜୟନ୍ତି ପ୍ରଭା ବାରିକ,ସିତା ସାହୁ,ଗିତା ଦାଶ ,ନିରୁପମା ବେହେରା ପ୍ରମୁଖ ଉପସ୍ଥିତ ରହି ଭଜନ ବୋଲି ଥିଲେ। ବିଶିଷ୍ଟ ସମାଜସେବୀ ଵିନୋଦ ମାଝୀ ଓ ଗୈରି ମାଝି ଏବଂ ବିଦ୍ୟୁତ ଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଅବସରରେ ଜାଗ୍ରତ ଭାରତ ନ୍ୟୁଜର ସାମ୍ବାଦିକ ସରୋଜ କୁମାର ସାହୁ ଙ୍କ ସମେତ ଅନ୍ୟାନ୍ୟ ପ୍ରତିଷ୍ଠିତ ଲୋକଙ୍କୁ ରାସମଣ୍ଡଳି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ବ୍ୟରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



