ଏକ ଅଲିଭା ଦୀପ ର ସ୍ମୃତି ଚାରଣରେ..
ଢେଙ୍କାନାଳ ଜିଲ୍ଲାର ଵୁଦ୍ଧିଜିବୀ ମହଲରେ ଚିର ପରିଚିତ ତଥା ଜୀବ ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଜୟନ୍ତ କୁମାର ବର୍ମା ୧୧.୫.୨୦୨୫ ତାରିଖ ରେ ଇହଲୀଳା ସମ୍ବରଣ କରିଛନ୍ତି। ୨୦୨୦ ମସିହାରେ ଅବସର ନେବାପରେ ଶ୍ରୀଯୁକ୍ତ ବର୍ମା ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ଜିଲ୍ଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ମହନୀୟ ଅବଦାନ ଦେଇଛନ୍ତି। ସେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର କାର୍ଯ୍ୟ ଵାହିକା କମିଟିର ଅଧ୍ୟକ୍ଷ ଭାବରେ ମହାବିଦ୍ୟାଳୟର ସର୍ବାଙ୍ଗୀନ ଵିକାଶରେ ଅଵିସ୍ମରଣୀୟ ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ଅବର୍ତ୍ତମାନରେ ମହାବିଦ୍ୟାଳୟ ପରିସରରେ ୧୨.୫.୨୦୨୫ ଦିନ ୧୧ ଘଟିକାରେ ଅଧ୍ୟକ୍ଷ ଡକ୍ଟର ଚିତ୍ତ ରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ର କର୍ମଚାରୀ ବୃନ୍ଦ ଶ୍ରୀଯୁକ୍ତ ବର୍ମା ଙ୍କ ସ୍ମୃତି ଚାରଣ କରି ତାଙ୍କର ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ପରିଶେଷରେ ତାଙ୍କର ଦିବଂଗତ ଆତ୍ମା ର ସମ୍ମାନାର୍ଥେ ଏକ ନିରଵ ପ୍ରାର୍ଥନା କରାଯାଇଥିଲା।



