ବଡବିଲ ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ, ବାର୍ଷିକ ଉତ୍ପାଦନ ହେବ ୩ ନିୟୁତ ଟନ୍

ଭୂବନେଶ୍ୱର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । ଓଡ଼ିଶା ଖଣି ନିଗମ (ଓଏମସି) ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି ।

ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ ଓଏମସିର ବଳିଷ୍ଠ ଅବଦାନ ରହିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଏମସିର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ।ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧କୋଟି ଟଙ୍କାର ଆର୍ଥିକ କାରବାର ସହିତ ଓଏମସି ନିଜର ଯାତ୍ରା ଆରମ୍ଭ କରି ୨୦୨୪-୨୫ ଆର୍ଥିକ ବର୍ଷରେ ୨୩,୬୦୦ କୋଟି ଟଙ୍କାର ଆର୍ଥିକ କାରବାର କରିଛି । ଏହି କାରବାର କେବଳ ଖଣିଜ ପଦାର୍ଥ ଉତ୍ପାଦନ ଓ ବିକ୍ରୟ ମାଧ୍ୟମରେ ହୋଇଛି । ଆଜି ଓଏମସି ଦେଶରେ ଖଣିଜ ଉତ୍ପାଦନ କାରୀ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୫ମ ସ୍ଥାନରେ ରହିଛି । ଓଏମସି କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ନିଜକୁ ଏକ ଆଦର୍ଶ ଲାଭକାରୀ ସଂସ୍ଥା ଭାବରେ ପ୍ରତିଷ୍ଠିତ କରିପାରିଛି । ଓଏମସି ଓଡିଶା ବିକାଶର ସାରଥୀ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।ସେ ପୁଣି କହିଥିଲେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । କେବଳ କୃଷି ଉପରେ ନିର୍ଭର କରି ଚାଲିଲେ ଆମେ ଆଗକୁ ବଢି ପାରିବା ନାହିଁ । ଆମ ରାଜ୍ୟରେ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ସୁଯୋଗ ରହିଛି । ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଓଡିଶାକୁ ଏକ ମିଶ୍ରିତ ଅର୍ଥନୀତି ଭାବେ ଗଢିତୋଳିବା ପାଇଁ । ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ଉତ୍ପାଦନ କ୍ଷେତ୍ରରେ ଅଧିକ ଧ୍ୟାନ ଆକର୍ଷଣ କରିବାକୁ ପଡିବ । ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଆମ ରାଜ୍ୟରେ ପ୍ରଚୁର ଭାବେ ଭରପୁର ଅଛି । ପୂର୍ବ ସରକାର ମାନେ ରାଜ୍ୟର ଏହି ଶିଳ୍ପାୟନର ସମ୍ଭାବନାକୁ ଉପଯୋଗ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । କିନ୍ତୁ ଆମ ସରକାର ଏହାର ବିପରୀତ ନୀତି ଆପଣେଇଛନ୍ତି । ରାଜ୍ୟର ଖଣିଜ ଦ୍ରବ୍ୟରେ ଭ୍ୟାଲୁ ଆଡିସନ କରି ବିକ୍ରୟ କରାଯିବା ନୀତି ଆପଣେଇଛନ୍ତି । ଉଦ୍ୟୋଗୀକରଣ ମାଧ୍ୟମରେ ଦ୍ରୁତ ଶିଳ୍ପାୟନ ପାଇଁ ଆମେ ଶପଥ ନେଇଛୁ ବୋଲି ସେ କହିଥିଲେ ।ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ଇ-ନିଲାମ୍ ପ୍ଲାଟଫର୍ମ ମାଧ୍ୟମରେ ଲଙ୍ଗ-ଟର୍ମ ଲିଙ୍କେଜ୍ ପଲିସି ଦ୍ୱାରା ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ଗୁଡିକୁ ୮୦ ପ୍ରତିଶତରୁ ଅଧିକ କଞ୍ଚାମାଲ ଉପଲବ୍ଧ କରାଯାଇ ପାରୁଛି ବୋଲି ସେ କହିଥିଲେ ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଆମ ବିକାଶର ମୂଳ ସୂତ୍ରଧର ହେଉଛନ୍ତି ଆମ ଶ୍ରମିକ ଭାଇ ଓ ଭଉଣୀ ମାନେ । ଶ୍ରମିକ ସଶକ୍ତ ହେଲେ ଓଡିଶା ସଶକ୍ତ ହେବ । ଶ୍ରମଦାନ କରି ଓଡିଶାକୁ ସଶକ୍ତ, ସମୃଦ୍ଧ କରୁଥିବାରୁ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ଷେତ୍ରରେ ମେସିନ୍ ସହିତ ଅଧିକ ଶ୍ରମଶକ୍ତି ନିୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱଦେଇଥିଲେ ।ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଓଏମସି ତାର ସାମାଜିକ ଉତ୍ତରଦାୟିତ୍ବ କାର୍ଯ୍ୟକ୍ରମ ଜରିଆରେ ପ୍ରଶଂସନୀୟ କାମ କରୁଛି । ପରିବେଶ ସୁରକ୍ଷା ପାଇଁ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରିବାରେ ସଫଳ ହୋଇଛି । ଆଗାମୀ ଦିନରେ ଶିଳ୍ପାୟନକୁ ଦୃଷ୍ଟିରେ ରଖି ଆହୁରି ଅଧିକ ବୃକ୍ଷ ରୋପଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଓଏମସି ପରିବେଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡାର ବିକାଶ ପାଇଁ ମଧ୍ୟ ଉଦ୍ୟମରତ ଅଛି । ଖଣି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସବୁ କ୍ଷେତ୍ର ପାଇଁ ସିଏସଆର ଜରିଆରେ ଅଧିକ ବିନିଯୋଗ କରି ଲୋକଙ୍କୁ ଅଧିକ ସେବା ଯୋଗାଇଦେବା ପାଇଁ ସେ କହିଥିଲେ । ଏଥି ସହିତ ଖଣି ଅଞ୍ଚଳରେ ଆଇରନ ପିଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡୁବୁନା, ବଡବିଲ ଲୌହ ପଥର ଖଣିର ପୁନଃ ଆରମ୍ଭ କରିବା ସହିତ ବଡବିଲ ଅଞ୍ଚଳର ତିରିଙ୍ଗ ପାହାଡ ଖଣି ଓ ରେଙ୍ଗାଲବେଡା ଆର.ଆର୍ କଲୋନୀକୁ ବିଦ୍ୟୁତ ଯୋଗାଣର ଶୁଭାରମ୍ଭ କରିଥିଲେ, ଏଥିସହିତ ମୁଖ୍ୟମନ୍ତ୍ରୀ କୋଇଡା ଖଣି ଅଞ୍ଚଳରେ ଅବସ୍ଥିତ ଓଏମସି ଖଣି ଗୁଡିକରେ ୯୦୦ କିଲୋ ୱାଟ୍ ପିକ୍‌ର ସୋଲାର ପ୍ଲାଣ୍ଟ ଉଦ୍‌ଘାଟନ କରିଥିଲେ । କମ୍ପାନୀର କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ କରିବା ପାଇଁ ୪ଟି ଆଇଟି ମଡ୍ୟୁଲାର ଯଥା- ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(LMS), ଓଏମସି ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (OFMS), ଓଏମସି ପ୍ଲଟ ଲ୍ୟାଣ୍ଡ ୟୁଟିଲାଇଜେସନ୍ ସିଷ୍ଟମ (OPLUS) ଏବଂ ଓଏମସି ରିକ୍ରୁଟମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ORMS)ର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ତିନୋଟି ବିଭାଗରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା ଓଏମସିର କାର୍ଯ୍ୟକ୍ଷମ ଖଣି ଗୁଡିକ ମଧ୍ୟରୁ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ଶ୍ରେଷ୍ଠ ଖଣି କ୍ଷେତ୍ର, ଶ୍ରେଷ୍ଠ ଖଣି ଓ ସୁରକ୍ଷିତ ଖଣି ଏହିଭଳି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଓଡିଶା ଖଣି ନିଗମର CSR ଭିତ୍ତିକ ପଦକ୍ଷେପ ଉପରେ ପର୍ଯ୍ୟବେଶିତ ଏକ ପତ୍ରିକା ଅତିଥି ମାନେ ଉନ୍ମୋଚନ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଡୁବୁନା ଖଣିର ଲୌହ ପଥର ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତ ଟନ ଏବଂ ମାଙ୍ଗାନିଜ ଉତ୍ପାଦନ କ୍ଷମତା ୦.୦୫ ନିୟୁତ ଟନ ରହିଛି। ଡୁବୁନା ଖଣିରେ ୨୫.୭୭ ନିୟୁତ ଟନ ଲୁହାପଥର ଏବଂ ୨.୬ ନିୟୁତ ଟନ ମାଙ୍ଗାନିଜ ସଂରକ୍ଷିତ ହୋଇ ରହିଛି।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech