ନିଜର ଅଭିଯୋଗ ନେଇ ଉପଖଣ୍ଡ ଆରକ୍ଷୀଅଧିକ୍ଷକଙ୍କ ଦ୍ବାରସ୍ଥ ଅଞ୍ଚଳର ବସ୍ତିବାସିନ୍ଦା।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଓ ସଡିଂ ବସ୍ତି ମଧ୍ଯ ଦେଇ ଖଣିଜ ପଦାର୍ଥ ପରିବହନ କରୁଥିବା ପ୍ରତିବାଦ କରି ନିଜର ଅଭିଯୋଗ ଧରି ଉଭୟ ପୁରୁଷ ଓ ମହିଳା ଏକ ଲିଖିତ ପତ୍ରରେ ଶତାଧିକ ସଂଖ୍ୟାରେ ଲୋକଙ୍କ ଦସ୍ତଖତ ସହ ବଡ଼ବିଲ ଥାନାର ଦ୍ୱାରସ୍ଥ ହୋଇ ବଡ଼ବିଲ ଥାନା ସମ୍ମୁଖରେ ସ୍ଲୋଗାନ ଦେଇଥିଲେ। କିନ୍ତୁ ବଡ଼ବିଲ ଥାନାଧିକାରୀ ଅଶୋକ କୁମାର ନାୟକ ଅଭିଯୋଗ ନେଇ ଆସିଥିବା ଲୋକଙ୍କୁ ବୁଝାସୁଝା କରିଥିଲେ ଓ ସେମାନେ ଥାନାଧିକାରୀଙ୍କୁ ଏକକିତା ଅଭିଯୋଗ ପତ୍ର ପ୍ରଦାନ୍ କରିବା ସହ ସମସ୍ତେ ଆସି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ୍ କରିଥିବା ନେଇ ସୁଚନା । କିନ୍ତୁ ଯାହାକି ସୁଚନା ରହିଛି ବିଗତ 2022 ମସିହାରେ ତତ୍କାଳୀନ ଉପ ଜିଲ୍ଲାପାଳ ତାଙ୍କ ପତ୍ର ସଂଖ୍ୟା 6709/dt 28/11/22 ବଳରେ ବଦବିଲ ଆରକ୍ଷୀ ଅଧିକ୍ଷକଙ୍କ ସହ ସମସ୍ତ ଆଞ୍ଚଳିକ ପ୍ରଶାସନକୁ ଉକ୍ତ ବସ୍ତି ମଧ୍ୟ ଦେଇ ଖଣିଜ ପଦାର୍ଥ ପରିବହନ ଗାଡିଗୁଡିକ ଯିବା ଆସିବା କରିବାକୁ ଅବୈଧ କହିବା ସହ ଏହା ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେବା ସହ ଏହାର ରିପୋର୍ଟ୍ ଦାଖଲ ପାଇଁ ଉକ୍ତ ପତ୍ର ମାଧ୍ୟମରେ ଆଞ୍ଚଳିକ ପ୍ରଶାସନକୁ କହିଥିଲେ ଓ ଏହା କାର୍ଯ୍ୟକାରୀ ହୋଇଥିଲା ମଧ୍ୟ। କିନ୍ତୁ ପରବର୍ତ୍ତୀ ସମୟରେ କିଏ ଓ କେଉଁ ପରିସ୍ଥିତିରେ ଓ କାହା ସ୍ୱାର୍ଥରେ ପୁଣି ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ ପାଇଁ ଅନୁମତି ପ୍ରଦାନ୍ କରିଛନ୍ତି ତାହା ତଦନ୍ତ ସାପେଖ୍ୟ। ଏଥି ପ୍ରତି ଆଞ୍ଚଳିକ ପ୍ରଶାସନ ଅଧିକାରୀ ଦୃଷ୍ଟିଦେଇ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିଲେ ଅଞ୍ଚଳ ବାସିନ୍ଦା ମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ।

April 29, 2026/
No Comments


