୧୩ତମ ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ
ତାଳଚେର, ୨୫/୦୫ ତାଳଚେର ବ୍ଲକ ବିକ୍ରମପୁର ଭଞ୍ଜମଣ୍ଡପ ପରିସରରେ ଚାଲିଥିବା ୧୩ତମ ଅନୁଗୁଳ ଜିଲ୍ଲା କିରୋଗି ଓ ଷଷ୍ଠ ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଅଛି । ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀର ୫୦ ପ୍ରତିଯୋଗୀ, ଦାନିସ୍ ତାଇକୋଣ୍ଡୋ ଏକାଡେମୀର ୧୫ ଜଣ ଓ ଇକୋ ରେଳୱେ ତାଇକୋଣ୍ଡୋ ଏକାଡେମୀର ୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କିରୋଗି ଓ ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତାରେ ଜିଲ୍ଲାର ୮୫ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ଓଡିଶା ତାଇକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଉପସ୍ଥିତ ରହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । କିରୋଗି ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀ ଚାମ୍ପିୟାନ୍ ଓ ଦାନିସ୍ ତାଇକୋଣ୍ଡୋ ଏକାଡେମୀ ରନର୍ସ ଅପ୍ ଏବଂ ପୁମ୍ପସେ ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀ ଚାମ୍ପିୟାନ୍ ଓ ଇକୋ ରେଳୱେ ତାଇକୋଣ୍ଡୋ ଏକାଡେମୀ ରନର୍ସ ଅପ୍ ହୋଇଥିଲେ । ଏହି ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ତାଳଚେର ଭାରୀ ଜଳ କାରଖାନାର ବରିଷ୍ଠ ଅଧିକାରୀ ଜୈତୁଲ ହକ୍ ଓ ସମ୍ମାନିତ ଅତିଥି ଏ.କେ.ରଥ, ଓଡିଶା ତାଇକୋଣ୍ଡୋ ଆସୋସିଏନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଓ ଅନୁଗୋଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୋଚ୍ ଶୁଶାନ୍ତ ପ୍ରଧାନ ଓ ପ୍ରଦୀପ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)