ହେରାପଂଚମୀରେ ରାଗଋଷା ଓ ଅଭିମାନ କରି ରଥ ଭାଙ୍ଗିଲେ ମହାଲକ୍ଷ୍ମୀ
ତାଳଚେର,୦୨/୦୭ ଜଗତରନାଥ ଜଗନ୍ନାଥ ମହାବାହୁଙ୍କ ପ୍ରଥା ତାଳଚେର ଗଡ଼ରେ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଛି । ଏହି ପରିପ୍ରେକ୍ଷୀରେ ଆଶାଢ଼ମାସ ଶୁକ୍ଳପକ୍ଷ ଷଷ୍ଠୀତିଥି ଅର୍ଥାତ୍ ହେରାପଂଚମୀ ଜଗନ୍ନାଥଙ୍କର ଏହି ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇ ଆସୁଛି । ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ମା’ଲକ୍ଷ୍ମୀ ଲକ୍ଷ୍ମୀକୁ ସାଥିରେ ନନେଇ ଜନ୍ମବେଦୀ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିଥିବାରୁ ସେ ଅଭିମାନ କରିବା ସହ ରାଗି ଯାଇଛନ୍ତି । ତେଣୁ ସେ ତାଳଚେର ରାଜା ସାହେବ୍ ରାଜା ବିଜେନ୍ଦ୍ର ଚନ୍ଦ୍ର ଦେବ ମହାଲକ୍ଷ୍ମୀଙ୍କ ଚଳନ୍ତି ପ୍ରତିମାକୁ ସେବାୟତଙ୍କ ଦ୍ୱାରା ସ୍ୱତନ୍ତ୍ର ବିମାନ ବସାଇ ଗୁଣ୍ଡିଚା ମନ୍ଦିର ଅଣାଯାଇଥିଲା ଓ ସେଠାରେ ପାରମ୍ପାରିକ ବଚନିକା ପରେ ତୀବ୍ରତୋର ହୋଇ ବଡ଼ଦେଉଲକୁ ଫେରିବା ସମୟରେ କାଳିଆ ସାଆନ୍ତେଙ୍କ ରଥକୁ ଭାଙ୍ଗି ଦେଇଛନ୍ତି । ତେବେ ଏହି ହେରାପଂଚମୀ ସମାରୋହ ଦେଖିବାକୁ ବହୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ଲକ୍ଷ୍ମୀଙ୍କର ଏହି ରାଗଋଷା ଓ ଅଭିମାନ ଯୋଗୁଁ ମହାପ୍ରଭୂଙ୍କ ନିର୍ଦ୍ଦେଶରେ ରଥମୋଡ଼ ହେବ ଓ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବା ତିନିଦିଅ ପ୍ରସ୍ତୁତ ହେବେ ।



