ବାହୁଡାରେ ତୁଳସୀ ଓ ପଦ୍ମଫୁଲ ଦେଇ ସେବା କରୁଛନ୍ତି ବୁନୁ ଓ ସୁଶାନ୍ତ
ପବିତ୍ର ରଥଯାତ୍ରାରେ ଢେଙ୍କାନାଳ ରଥକୁ ୨୨ ବର୍ଷ ଧରି ସେବା ଓ ସମର୍ପଣ ଭାବ ନେଇ ବୁନୁ ବେହେରା ଓ ସୁଶାନ୍ତ ଦଳେଇ ରଥରେ ଶ୍ରୀ ଜଗନ୍ନାଥଙ୍କୁ ତୁଳସୀ ମାନ ଓ ପଦ୍ମଫୁଲ ଦେଇ ସେବା କରିଆସୁଥିବାବେଳେ ଆଜି ବାହୁଡା ଯାତ୍ରାରେ ଆଡପ ମଣ୍ଡପରେ ତୁଳସୀ ସେବା କରିବା ସହ ରଥ ଉପରେ ମଧ୍ୟ ତୁଳସୀ ମାଳ ଓ ପଦ୍ମଫୁଲ ଦେଇ ସେବା କରିଛନ୍ତି । ପ୍ରତିଦିନ ମଧ୍ୟ ଶ୍ରୀଶ୍ରୀ ସିଦ୍ଧ ବଳରାମ ମନ୍ଦିର ଓ ଢେଙ୍କାନାଳରେ ଥିବା ବିଭିନ୍ନ ମନ୍ଦିରମାନଙ୍କରେ ଥିବା ଦେବାଦେବୀଙ୍କୁ ତୁଳସୀ ଓ ଫୁଲ୍ ଯୋଗାଇ ଦେଉଛନ୍ତି । ଏହି ସେବାକୁ ଢେଙ୍କାନାଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
